ଭୟାବହ ଅଗ୍ନିକାଣ୍ଡ; ଯୁବକ ଯୁବତୀ ଗୁରୁତର

କଟକ ସିଡିଏ ସେକ୍ଟର-୭ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ପୋଡିଯାଇଥିବାର ଖବର ମିଳିଛି । କୋଠାଟି ସମ୍ପୁର୍ଣ୍ଣ ଜଳିଯାଇଥିବାବେଳେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ସନେ୍ଦହ କରାଯାଉଛି ।
ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପଡୋଶୀମାନେ ଘରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ଘରର ଗ୍ୟାରେଜରେ ଥିବା କାର୍ ଓ ବାଇକ୍ ସମେତ ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଦୁଇ ଗୁରୁତର ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।