ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ
ନୂଆପଡା : ଖଡ଼ିଆଳ ବ୍ଲକ ବିଜେପୁର ମଣ୍ଡିରେ ଆଠ ଦିନ ହେଲା ଧାନ ବସ୍ତା ସବୁ ପଡ଼ି ରହିଥିବାବେଳେ ମିଲର୍ସର ଦେଖାନାହିଁ । ମୋଟ ୧୩ଟି ମିଲର୍ସ ଦାୟିତ୍ୱରେ ଥିବା ବେଳେ କେବଳ ଦୁଇଟି ମିଲର୍ସର ମାସ ବଞ୍ଚô ରହିଛି । ଫଳରେ ଧାନ ଉଠି ପାରୁନି । ଏହି ମଣ୍ଡିରେ ମୋଟ ୮୭୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଂଜିକୃତ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬୮୫ ଜଣ ଚାଷୀ ୫୩୩୯୮.୧୨ କ୍ୱିଣ୍ଟାଲ ବିକ୍ରି କରି ସାରିଛନ୍ତି । ଏବେ ୧୦୯ ଜଣ ଚାଷୀଙ୍କ ୧୬୩୭୯ ବ୍ୟାଗ୍ ଧାନ ପଡ଼ି ରହିଛି । ସପ୍ତାହେରୁ ଅଧିକ ଦିନ ହେଲା ଚାଷୀ ଧାନ ବିକ୍ରି ପାଇଁ ଜଗିଥିବା ବେଳେ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ । କିଛିଦିନ ହେବ ବର୍ଷା ହେଉଥିବା ବେଳେ ଧାନ ସବୁ ଗଜା ହେବାକୁ ବସିଲାଣି । ଚାଷୀ ସବୁଦିନ ପାଣି ନିଷ୍କାସନ କରିବାରେ ବ୍ୟସ୍ତ । ବର୍ଷାରେ ଶୀତ କାକର ସହି ଚାଷୀ ଧାନ ମଣ୍ଡିରେ ପଡ଼ି ରହିଛି । ପ୍ରଶାସନ ପ୍ରତିଶ୍ରୁତି ଦେଉଛି କିନ୍ତୁ ବିକ୍ରି ବ୍ୟବସ୍ଥା କରୁନାହିଁ । ପରିସ୍ଥିତି ଏମିତି ହୋଇଛି ଯେ ଚାଷୀ ନା ମଣ୍ଡିରେ ଧାନ ରଖି ପାରୁଛି ନା ଘରକୁ ନେଇ ପାରୁଛି । ଅତିଶୀଘ୍ର ଏ ନେଇ ପଦକ୍ଷେପ ନନେଲେ ଆନେ୍ଦାଳନ କରିବାକୁ ଚେତାବନୀ ଦେଉଛନ୍ତି ଚାଷୀ ।