ମଦ ଜବତ, ୪ କୋର୍ଟ ଚାଲାଣ

 କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲ ।ପାଳଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ବିଭାଗ ପକ୍ଷରୁ କୁଦାନଗରୀ, ପଟ୍ଟାମୁଣ୍ଡାଇ ରୁରାଲ, ଟାଉନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତିରିନିଅ ଗ୍ରାମର ଅକ୍ଷୟ ମଳିକଙ୍କ ଠାରୁ ୩୭ ଲିଟର ବିଦେଶୀ ମଦ, କଂସ ।ର ଗ୍ରାମର ଝୁମର ନାୟକଙ୍କ ଠାରୁ ୨୭ ଲିଟର ଦେଶୀ ମଦ, କଖାରୁନି ଗ୍ରାମର ସୁରେଶ ମଳିକଙ୍କ ଠାରୁ ୪୦ ଲିଟର ଦେଶ ମଦ, ସାନମୂଳବସନ୍ତ ଗ୍ରାମର ଅଚୁତ ସେଠିଙ୍କ ଠାରୁ ୩୯ ଲିଟର ଦେଶୀ ମଦ ଏବଂ ଲୋକନାଥପୁର ଗ୍ରାମର ବଳରାମ ସେଠିଙ୍କ ଠାରୁ ୪୮ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି  । ଏମାନଙ୍କ ପାଖରୁ ସମୁଦାୟ ୧୯୧ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି ।