ମଦ ଜବତ, ୫ କୋର୍ଟ ଚାଲାଣ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ଟାଉନ ଓ ନିକିରେଇ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାର ଖବର ପାଇବା ପରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର ଚୋରା ଦେଶୀ ମଦ ଓ ରନ୍ଧା ମଦ ସହିତ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି  । ଏମାନେ ହେଲେ ସାନ୍ତସାହି ଗ୍ରାମର ଦେବାଶିଷ ସାହୁ, ମନୋରଞ୍ଜନ ସାହୁ, ପାଳକଣା ଗ୍ରାମର ସୁରେଶ ସେଠୀ ଓ ଦୀପକ ସେଠୀ ଓ  କାକଟ ଗ୍ରାମର ରଘୁନାଥ ନାୟକଙ୍କୁ ଗିରଫ କରାଯାଇ ୪୭ ଲିଟର ଚୋରା ଦେଶୀ  ଓ  ରନ୍ଧା ମଦ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ନିରିକ୍ଷକ କହିଛନ୍ତି  । ଏହି ଚଢାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ  କର୍ମଚାରୀ ସାମିଲ ଥିଲେ  ।