ମଧ୍ୟାହ୍ନ ଭୋଜନ ଖାଇ ୧୫ ଅସୁସ୍ଥ
ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନ ଦିଘିରେ ଥିବା ଚନ୍ଦ୍ରମୋହନ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଉଦ୍ଧ୍ୱର୍ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ସ୍ଥାନୀୟ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନରେ ମାଂସ ଭାତ ଖାଇବା ପରେ କେତେଜଣ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଅନୁଭବ କରିଥିଲେ । ସାନ୍ଧ୍ୟରେ ଅସୁସ୍ଥ ଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିସôା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।