ମନ୍ତେଇ ନଦୀ ଉପରେ ସେତୁ ଶିଳାନ୍ୟାସକୁ ବର୍ଷେ  : ସେତୁ କାର୍ଯ୍ୟ ହେବାର ନାଁ ଧରୁନି 

 ଚାନ୍ଦବାଲି: କୁମ୍ଭୀର ପ୍ରବଣ, ବହୁ ଗଭୀର ପଙ୍କସ୍ତର ବିଶିଷ୍ଟ ମନ୍ତେଲ ନଦୀର ବାଲିଆପାଳ ଘାଟରେ ସେତୁ ନିର୍ମାଣର ଶିଳାନ୍ୟାସକୁ ପୁରିଲାଣି ବର୍ଷ । ଏପର୍ଯ୍ୟନ୍ତ ସେତୁକାର୍ଯ୍ୟ ହେବାରେ ନାଁ ଧରୁନି । ଗତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡିର ପୂର୍ବତନ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ  ଚାନ୍ଦବାଲି ବିଧୟକ ଡ. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଷ୍ଣୁବ୍ରତ ରାଉତରାୟ,୨ନଂ ଜୋନର ଜିଲ୍ଲା ପରିଷଦ ରଞ୍ଜନ ସାହୁ ଉପସ୍ଥିତ ରହିଥିଲେ । କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇ ଗ୍ରାମ୍ୟ ଉନ୍ନୟନରୁ ପୂର୍ଭ ବିଭାଗକୁ ହସ୍ତାନ୍ତର ପରେ ପୋଲ ନିର୍ମାଣ ପାଇଁ ସୁଦିନ ଆସିଛି ବୋଲି ଅତିଥିମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ  । ଏବେ ଏ ପୋଲ ନିର୍ମାଣ କାମ ଅଟକିବ ନାହିଁ  । ୨ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ପ୍ରକାଶ କରିଥିଲେ, ଏ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୩୦ କୋଟି ୭୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା , କୁମ୍ଭୀର ପ୍ରବଣତା, ଓ ଅନ୍ତଃସ୍ରୋତ ଜଳ ଯୋଗୁଁ ପୋଲ ନିର୍ମାଣ କିପରି କଷ୍ଟ ଓ ବ୍ୟୟ ସାପେକ୍ଷ ଜନ ପ୍ରତିନିଧିମାନେ ପ୍ରକାଶ କରିଥିଲେ ।ଚାନ୍ଦବାଲି ରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଉଭୟ ପାଖର ଅନେକ ଲୋକ ଯାତାୟତରେ ବିଶେଷ ସୁବିଧା ପାଇବେ । ଡଙ୍ଗା, କୁମ୍ଭୀର ଆଦି ଯୋଗୁଁ ଘଟୁଥିବା ଜୀବନହାନୀ ସମସ୍ୟା ସବୁଦିନ ପାଇଁ ସମାଧାନ ହୋଇଯିବ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୁଃଖ ଏବଂ ପରିତାପର ବିଷୟ ଶିଳାନ୍ୟାସକୁ ୧ବର୍ଷ ବିତି ଯାଇଥଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବାରେ ନାଁ ଧରୁନି ସେତୁ କାର୍ଯ୍ୟ, ଏ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ତୁରନ୍ତ ବାଲିଆପାଳ ମନ୍ତେଇ ସେତୁ କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।