ମନ୍ତ୍ରୀଙ୍କ ଦ୍ୱାରା ‘ସହଯୋଗ’ର ଶୁଭାରମ୍ଭ
ଭୁବନେଶ୍ୱର : ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବା ନେଇ ସରକାରଙ୍କ ଅନନ୍ୟ ପ୍ରୟାସ ‘ସହଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ମଇ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଡୋର୍-ଟୁ-ଡୋର୍ (ଘରକୁ ଘର) ସର୍ଭେ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଜନଆନେ୍ଦାଳନରେ ପରିଣତ କରାଯିବ । ‘ସହଯୋଗ’ ସାରା ଓଡ଼ିଶାରେ ଜନ ଆନେ୍ଦାଳନରେ ରୂପଦେବାକୁ ଚାହୁଁଛି ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ‘ସହଯୋଗ’ ସାଧାରଣ ଲୋକଙ୍କ ଅସାଧାରଣ କାମରେ ସାହାଯ୍ୟ କରିବ । ବହୁଲୋକ ଅଜ୍ଞତବଶତଃ ଛୋଟ ଛୋଟ ଯୋଜନାର ନ୍ୟାଯ୍ୟ ଅଧିକାରରୁ ବଞ୍ଚôତ ହେଉଛନ୍ତି । ତେଣୁ ସହଯୋଗ ଦ୍ୱାରା ସମସ୍ତ ବ୍ୟବସ୍ଥାର ଲାଭ ପାଇପାରିବେ ।
ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ଆଜି ଏକ ଐତିହାସିକ ଦିବସ । ଓଡ଼ିଶାର ଅଭିବୃଦ୍ଧିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଆର୍ଥିକ ଅନଗ୍ରସରଙ୍କୁ ମୁଖ୍ୟସ୍ରୋତକୁ ଆଣିପାରିଲେ ବିକଶିତ ଓଡ଼ିଶା ଗଠିତ ହୋଇପାରିବ ବୋଲି କହିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୪୪ଟି ପୌରାଞ୍ଚଳରେ ଯେତିକି ଲୋକ ଅଛନ୍ତି ସେମାନଙ୍କୁ ନଗର ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହ ଅନ୍ୟ ବିଭାଗର ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଜାତୀୟ ଖାଦ୍ୟ ନିରାପତ୍ତା ଅଧିନିୟମ ଅଧୀନ ରାସନକାର୍ଡ, ପାଇପ୍ ଜଳଯୋଗାଣ, ଆୟୁଷ୍ମାନ୍ କାର୍ଡ, ପିଡବ୍ଲୁଡି ପରିଚୟ ପତ୍ର, ସୁଭଦ୍ରା ଯୋଜନା ଭଳି ସମସ୍ତ ଯୋଜନାକୁ ‘ସହଯୋଗ’ ଅନ୍ତର୍ଭୁକ୍ତ କରାଯିବ ବୋଲି ମତପ୍ରକାଶ ପାଇଥିଲା ।