ମନ ମୋହୁଛି ଖଣ୍ଡିତର ସର୍ବଭାରତୀୟ କବାଡ଼ି

 କୁଆଖିଆ :  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଣ୍ଡିତର ଠାରେ ଚାଲିଥିବା ସର୍ବଭାରତୀୟ କବାଡି ଟୁର୍ଣ୍ଣାମେଣ୍ଟରେ ଚିତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହୁଛି । ୧୩ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ପ୍ରାନ୍ତରୁ ମହିଳା ଓ ପୁରୁଷ ଖେଳାଳି ଅଂଶ ଗ୍ରହଣ କରି ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି ।
ପ୍ରଥମ ମ୍ୟାଚ୍ ପୁରୁଷ ବିଭାଗର ଭୋପାଳ ଓ କିଶୋର କ୍ଲବ୍ ଭୁବନେଶ୍ୱର ମଧ୍ୟରେ ହୋଇଥିବା ବେଳେ କିଶୋର କ୍ଲବ୍ -୩୯, ଭୋପାଳ- ୩୩ ପଏଣ୍ଟ ପାଇଥିଲା । କିଶୋର କ୍ଲବ୍ ଭୋପାଳକୁ ୬ ପଏଣ୍ଟରେ ହରାଇଥିଲା । ସେହିପରି ମହିଳା ବିଭାଗର ପ୍ରଥମ ମ୍ୟାଚ୍ କିଶୋର କ୍ଲବ୍ ଓ କିଟ୍ ମଧ୍ୟରେ ହୋଇଥିବା ବେଳେ କିଟ୍ -୩୨ କିଶୋର କ୍ଲବ୍ ୧୫ ପଏଣ୍ଟ ପାଇ ହାରିଯାଇଥିଲା । ତୃତୀୟ ରାଉଣ୍ଡରେ ପୁରୁଷ ବିଭାଗର କଟକ ଏବଂ ରେନବୋ, ବାରଙ୍ଗ ମଧ୍ୟରେ ହୋଇଥିବା ବେଳେ କଟକ  ୩୩ ପଏଣ୍ଟ ପାଇ ରେନ୍ବୋ ବାରଙ୍ଗକୁ ୧୯ ପଏଣ୍ଟରେ ହରାଇଥିଲା । ସେହିପରି ଦିତୀୟ ମ୍ୟାଚ୍ରେ ମହିଳା ବିଭାଗର ଅଶୋକ ସଙ୍ଘ ଏବଂ କଳିଙ୍ଗ କବାଡି ଏକାଡେମୀ ସହିତ ହୋଇଥିଲା । ସେଥିରେ କଳିଙ୍ଗ ଏକାଡେମୀ ୧୩ ପଏଣ୍ଟ ପାଇଥିବା ବେଳେ ଅଶୋକ ସଙ୍ଘ-୫୦ ପଏଣ୍ଟ ପାଇଥିଲେ । ୪ପର୍ଯ୍ୟାୟ ପୁରୁଷ ବିଭାଗରେ ଗୁଜରାଟ ଏବଂ ଏନ୍ଏସ୍ ଏସ୍ ପଶ୍ଚିମବଙ୍ଗ ସହିତ ହୋଇ ୫ମ ରାଉଣ୍ଡରେ ମହିଳା ବିଭାଗର କିଟ୍ ଏବଂ ଯାଜପୁର କବାଡି ସହିତ ହୋଇଥିଲା । ଏଥିରେ କିଟ୍ ୫୨ ପଏଣ୍ଟ ହାତେଇ ଯାଜପୁରକୁ ୪୩ ପଏଣ୍ଟରେ ହରାଇଥିଲେ । ଏହି ମ୍ୟାଚ୍ ଦେଖିବାକୁ କ୍ରିଡାପ୍ରେମୀଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହିତ ଶାନ୍ତିଶୃଙ୍ଖଳା ଏବଂ ମେଡିକାଲ ଟିମ୍ ସଜାଗ ରହିଛି । ମ୍ୟାଚ୍ ସୋମବାର ଶେଷ ରଜ ପର୍ଯ୍ୟନ୍ତ ଚାଲିବ ।
ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଟୁର୍ଣ୍ଣାମେଣ୍ଟକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ  ଉଦ୍ଘାଟନ କରିଥିଲେ । ଆସୋସିଏସନର ସଭାପତି ପ୍ରଦୀପ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ ଉସôବରେ ସମ୍ପାଦକ ସମରେନ୍ଦ୍ର ଦାଶ ବିବରଣୀ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ବିଭୂକଲ୍ୟାଣ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ଅଭୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବରେ ଆସୋସିଏସନର ଉପଦେଷ୍ଟା ରବିନ୍ଦ୍ର ପୃଷ୍ଟି, ଉପସଭାପତି କୃଷ୍ଣକାନ୍ତ ପଣ୍ଡା, ହେମନ୍ତ କର, ସରପଞ୍ଚ ସୁରେନ୍ଦ୍ର ତିଆଡି ଯୋଗ ଦେଇଥିଲେ ।