ମଶାଲ ଶୋଭାଯାତ୍ରା
ଫୁଲବାଣୀ : ଫୁଲବାଣୀ ଠାରେ କନ୍ଧମାଳ ମହୋସôବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ଉଦଘାଟନ ପୂର୍ବରୁ ଜିଲ୍ଲାସ୍ତରୀୟ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ଓ ଜନସାଧାରଣ । ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ କରୋନେସନ୍ ପଡ଼ିଆରୁ ବାହାରି କନ୍ଧମାଳ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକରୁ ଆସିଥିବା କଳାକାର, ସାମ୍ବାଦିକ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।