ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କବାଟବନ୍ଧ:  ବୁଧବାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ ଗସ୍ତରେ ଆସି ଓଡିଶା ସରକାରଙ୍କ ଦ୍ୱାରା ମିଳିଥିବା ଅନୁଦାନ ରାଶିରେ ମହାବିଦ୍ୟାଳୟର ଉନ୍ନତି କରଣକାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିବା ସହ କଲେଜର ଅନ୍ୟାନ୍ୟ ସୁବିଧା ଓ ଅସୁବିଧା ସଂପର୍କରେ  ଅଧ୍ୟକ୍ଷା ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ । କଲେଜର ଆଶୁ ସମାଧାନ ଏବଂ ମହାବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ନିର୍ଭର ପ୍ରତିଶୁତିମଧ୍ୟ ଦେଇଛନ୍ତି । ଭିତି ଭୂମିର ଉନ୍ନତି କରଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା କବିତା ବିଶ୍ୱାଳଙ୍କ ସମେତ ସମସ୍ତ କର୍ମଚାରୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।