ମହାରୁଦ୍ରେଶରାୟ ମନ୍ଦିର ପ୍ରତିଷ୍ଠା ଉସବ

 ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନୂତନ ଭାବରେ ଶ୍ରୀ ମହାରୁଦ୍ରେଶରାୟଙ୍କ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉସôବ ଅନୁଷ୍ଠିତ ହୋଇଥିଲା । ଏହି ଉସôବ ଫେବୃଆରୀ ୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବ । ୧୪ ତାରିଖ ଦିନ ଶହ ଶହ ଭକ୍ତଙ୍କ ଦ୍ୱାରା କଳସ ଯାତ୍ରା ସହ ଗ୍ରାମପରିଭ୍ରମଣ କରିବା ପରେ କାର୍ଯ୍ୟସୂଚୀ  ଅନୁଯାୟୀ ସମ୍ପୂର୍ଣ୍ଣ ହେବ । ଅଧିବାସ, ଅଙ୍କୁରାରୋପଣ, ଧ୍ୟାନଧିବାସ, ମଣ୍ଡଳକରଣ,  କଳସ ଯାତ୍ରା, ଅଗ୍ନିସ୍ଥାପନ ନାନା ଦେବାଦେବୀଙ୍କ ପୂଜା,ସୂର୍ଯ୍ୟପୂଜା, ନୀଳାଶୁକ୍ରହଦନ, ସୂର୍ଯ୍ୟପୂଜା, ମହାସ୍ନାନ ଓ ଶୟନ, ସୂର୍ଯ୍ୟପୂଜା, ଗୋପୂଜା, ଦେବାଦେବୀ ଉଥଥାପନ, ପ୍ରଣାପ୍ରତିଷ୍ଠା ଓ ପୂର୍ଣ୍ଣାହୂତି ଭକ୍ତମାନଙ୍କ ସୁରକ୍ଷା ଦୃଷ୍ଟିକୁ ନଜର ରଖି ଗ୍ରାମ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା  କରାଯାଇଛି । ରୁଦ୍ରେଶରାୟାଙ୍କ ଆଗମନରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଉଲ୍ଲାସ ପରିଲିଖିତ ହୋଇଛି । ସାଜସଜା ଓ ପୁଷ୍ପରେ ଝଲକୁଛି ରୁଦେଶରାୟଙ୍କ ମନ୍ଦିର । ତେବେ ଭକ୍ତମାନଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରାଯାଇଛି ।