ମହିମା ଅଲେଖ ବ୍ରହ୍ମଧୂନି ଯଜ୍ଞ ଉଦ୍ୟାପିତ
ରାଜନଗର : ରାଜନଗର ବ୍ଲକ ମଙ୍ଗରାଜପୁର ଗ୍ରାମରେ ମହିମା ଅଲେଖ ବ୍ରହ୍ମଧୂନି ଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମାବଧୂତ ଗଦାଧର ବାବାଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ ଏହି ଯଜ୍ଞରେ ବ୍ରହ୍ମାବଧୂତ ସୃଜନ ବାବା, ବ୍ରହ୍ମାବଧୂତ ଦୁଷ୍ମନ୍ତ ବାବା, ସାଧୁ ଅନ୍ତର୍ଯ୍ୟାମୀ ଦାସ, ସାଧୁ ଅଭୟ ଦାସ, ସାଧୁ ବୀରକିଶୋର ଦାସ, ସାଧୁ ରତ୍ନାକର ଦାସ ପ୍ରମୁଖ ଯୋଗଦେଇଥିଲେ । ଯଜ୍ଞରେ ଘୃତ ଆହୂତି ପ୍ରଦାନ ପୂର୍ବକ ଜଗତର ମଙ୍ଗଳ କାମନା କରିଥିଲେ । ଶେଷଦିନ ଗ୍ରାମରେ ଥିବା ଗୋରୁଗାଈଙ୍କ ମଙ୍ଗଳ ନିମନ୍ତେ ପଣା ଅର୍ପଣ କରାଯାଇଥିଲା । ଗ୍ରାମ ପକ୍ଷରୁ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗଣେଶ୍ୱର ରାଉତ, କୃପାସିନ୍ଧୁ ରାଉତ, ମହେଶ୍ୱର ରାଉତ, ବୀରକିଶୋର ରାଉତ, ଶଶଧର ରାଉତ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।