ମା’ଖଣ୍ଡୁରାଇ ସାଂସ୍କୃତିକ ମଞ୍ଚରେ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା

ସୁକିନ୍ଦା: ମା’ଖଣ୍ଡୁରାଇ ମିନାବାଜାର ସାଂସ୍କୃତିକ ମଞ୍ଚ ପକ୍ଷରୁ ସୁକିନ୍ଦା ଅଞ୍ଚଳର ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାବିତ୍ ଓ କଳାକାରଙ୍କ ସମେତ ଅନେକ କୁନି କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । 
ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ମଞ୍ଚ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏହି ମଞ୍ଚର ମୂଳ ଲକ୍ଷ୍ୟ ରହିିଛି । ସେଥିପାଇଁ ସୁକିନ୍ଦାର କିଛି ଯୁବକ ନିଜ ପ୍ରଚେଷ୍ଟାରେ ମଞ୍ଚ ଆୟୋଜନ କରି ସୁକିନ୍ଦା ତଥା ଆଖପାଖ ଅଞ୍ଚଳର ବହୁ କୁନି ପ୍ରତିଭାଙ୍କୁ ଏହି ମଞ୍ଚରେ ନିଜନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ତିଆରି କରିଛନ୍ତି । ପାଞ୍ଚ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ମଞ୍ଚର ପ୍ରତ୍ୟେକ ସନ୍ଧ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ସେମାନଙ୍କର ପ୍ରତିଭା ପରିବେଷଣ କରିଥିଲେ । ଆୟୋଜକ କମିଟି ପକ୍ଷରୁ ଜଗନ୍ନାଥ ସାମଲ,ଜିଜ୍ଞାଶୁ ସାହୁ, କାର୍ତିକଲାଲ ଭଟ୍ଟାଚାର୍ଯ୍ୟ, ମନୋରଞ୍ଜନ ବେହେରା, ଅମରେନ୍ଦ୍ର ବେହୁରା, ସତ୍ୟବ୍ରତ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର କରିଥିଲେ । କଳାକାରଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସୁକିନ୍ଦା ଅଞ୍ଚଳର ପ୍ରତିଭାଙ୍କୁ ଉଦ୍ୟାପନୀ ସନ୍ଧ୍ୟାରେ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଛି । ଉଦ୍ୟାପନୀ ଉତ୍ସବରେ ସୁକିନ୍ଦା ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଭାଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ, ଆମ୍ପଳବା ସରପଞ୍ଚ ନବଜ୍ୟୋତୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।