ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବେତନଟୀ: ବେତନଟୀ ଅବକାରୀ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ବେତନଟୀ ବ୍ଲକ ପୁରିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବେତନଟୀ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବେତନଟୀ ମେଡିକାଲର କର୍ମଚାରୀ, ପୁରିନ୍ଦାର ମେଡିକାଲର କର୍ମଚାରୀ, ଏ ଏନ ଏମ, ଆଶା କର୍ମୀଙ୍କ ସମେତ ବେତନଟୀ ଅବକାରୀ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ମୋଟ ୧୨୧ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାବେଳେ ସେମାନଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଅବକାରୀ ବିଭାଗ ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନେକ ଗାଁ ଗୁଡିକରେ ହେବାର ସୂଚନା ମିଳିଛି ।