"ମାନବ ସେବା ହିଁ ମାଧବ ସେବା' 

 ବେତନଟୀ: ବେତନଟୀ କଲେଜ୍ ରୋଡ଼ ସ୍ଥିତ ନର୍ସିଂ ସ୍କୁଲ ଓ କଲେଜର ପ୍ରଥମ ବାର୍ଷିକ ଉସôବରେ ତାଲିମ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ତାଲିମ ଉଦେ୍ଦଶ୍ୟରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତାଜୀ ତାଙ୍କ ବକ୍ତବ୍ୟରେ ମାନବ ସେବା ହିଁ ମାଧବ ସେବା ବୋଲି ଉପଦେଶ ପ୍ରଦାନ କରିଥିଲେ । ଏହି ତାଲିମ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବାର୍ଷିକୋସôବରେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ମହାନ୍ତ ଓ ପରିଚାଳନା କମିଟିର ସମ୍ପାଦକ ଇଞ୍ଜିନିଅର ଶିରୀଷ ଚନ୍ଦ୍ର ବାରିକଙ୍କ ପକ୍ଷରୁ ଆୟୋଜିତ ଉସôବରେ ରାଜ୍ୟ ମାନବାଧିକାର ମିଶନର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଧଳ ମୁଖ୍ୟବକ୍ତା ଓ ମହିଳା ବିଭାଗର ଅଧ୍ୟକ୍ଷା ଆରତୀ ମଙ୍ଗରାଜ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ, ଉସôର୍ଗକୃତ ସେବା ମନୋବୃତ୍ତି ନେଇ କାମ କଲେ ଭଗବାନଙ୍କ ଆର୍ଶୀବାଦ ମିଳିଥାଏ  । ସେବା ହିଁ ମଣିଷର କର୍ତ୍ତବ୍ୟ ବୋଲି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯିବା ପରେ ଉସôବ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ବେତନଟୀ ଭଳି ଅଞ୍ଚଳରେ ଏଭଳି ତାଲିମ ଓ ଫାର୍ମାସୀ ଶିକ୍ଷାନୁଷ୍ଠାନ ଦୁଇ ସହଯୋଗୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇ ପାରିଥିବାରୁ  ଭବିଷ୍ୟତରେ ଏଠାରୁ ଶିକ୍ଷା ପ୍ରାପ୍ତ ହୋଇ ଆତ୍ମନିଯୁକ୍ତି ପାଇପାରିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ସୁଯୋଗ ପ୍ରଦାନ କରାଯାଇ ପାରିଥିବାରୁ ଏହାର ଅଧ୍ୟକ୍ଷ ଓ ନିଦେ୍ର୍ଦଶକଙ୍କ ଉଦ୍ୟମକୁ ସାଧୁବାଦ ଜ୍ଞାପନ କରାଯିବା ସହିତ ସ୍ୱାଗତ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ଭାନୁପ୍ରିୟା ମହାନ୍ତ ଗୋଟିଏ ଶିକ୍ଷା ବର୍ଷର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଛାତ୍ର-ଛାତ୍ରୀମାନଙ୍କ ପକ୍ଷରୁ ଅଂଶଗ୍ରହଣ କରିଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ ।