ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର
କଟକ : ମହାନଦୀବିହାର ବରିଷ୍ଠ ନାଗରିକ ମଂଚର ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ମାନସିକ ରୋଗୀ ବିଶେଷଜ୍ଞ ଡ. ହେମନ୍ତ ପାଇକରାୟ ଉଦ୍ଘାଟନ କରି ବରିଷ୍ଠ ନାଗରିକମାନେ ମାନସିକ ଓ ଶାରିରୀକ ସ୍ତରରେ ଔଷଧ ବ୍ୟବହାର ନକରି ଖାଦ୍ୟ ପାନୀୟ ଶୟନ ଓ ଶାରିରୀକ ପରିଶ୍ରମ ଦ୍ୱାରା କିପରି ଭଲରେ ଜୀବନଯାପନ କରିବେ ବିସ୍ତୃତ ଭାବେ ଯୋଗ ଦେଇଥିବା ଶତାଧିକ ବରିଷ୍ଠ ନାଗରିକମାନଙ୍କୁ ବୁଝାଇଥିଲେ । ମଂଚର ସଭାପତି ରବିନ୍ଦ୍ର ନାଥ ମହାନ୍ତି, ସଂପାଦକ ଭାଗିରଥି ସାମଲ ଆଲୋଚନାରେ ଭାଗ ନେଇ ପ୍ରତିଦିନ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ମଂଚର ଉପସଭାପତି ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ସହ ସଂପାଦକ ନିକୁଞ୍ଜ ବିହାରୀ ରଥ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ଉପଦେଷ୍ଟା ଗୋପାଳ କୃଷ୍ଣ ବେହେରା, ଉପଦେଷ୍ଟା ରବିନ୍ଦ୍ର ପ୍ରସାଦ ତି୍ରପାଠୀ, ଉପଦେଷ୍ଟା ଯଦୁନାଥ ମହାପାତ୍ର, ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡ଼ାଇ, ଏମଡିଏ ସଭାପତି ସଂଜୟ ଜେନା, ସଂପାଦକ ହିମାଂଶୁ ଷଡଙ୍ଗୀ, ମହିଳା ସମିତି ସଭାନେତ୍ରୀ ନମିତା ଦାସ ଓ ସଂପାଦକ ମଧୁସ୍ମିତା ଷଡଙ୍ଗୀ ସହ ବହୁତ ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ ।