ମାର୍ଚ୍ଚ ୨ରୁ ମହାଲକ୍ଷ୍ମୀ ମହାଯଜ୍ଞ

 ପୁରୀ: ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ନବଦିନାତ୍ମକ ଶ୍ରୀ ମହାଲକ୍ଷ୍ମୀ ମହାଯଜ୍ଞ । ଏହି ମହାଯଜ୍ଞ ମାର୍ଚ୍ଚ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂଜାନନା ଯଜ୍ଞ ଫାଉଣ୍ଡେସନ, ପରିବତ୍ତନ ଓଡ଼ିଶା ଓ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କ ପକ୍ଷରୁ ‘ଦେବ ୟୁଗୋ’ ପରିବାର ଏବଂ ‘ଖାଉଟି ଅଧିକାରୀ ସଂଗଠନ’ ସହଯୋଗରେ ଏହି ମହାଯଜ୍ଞର ଆୟୋଜନ କରାଯାଇଛି । ଅଧ୍ୟକ୍ଷ ଗୁରୁଚରଣ ପଣ୍ଡା, ଯଜ୍ଞ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ମହାଯଜ୍ଞ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଏହି ବିଶାଳ ଯଜ୍ଞ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଛକ ନିକଟସ୍ତ ଶାମୁକା ପ୍ରକଳ୍ପ ପାଶ୍ୱର୍ରେ ଅନୁଷ୍ଠିତ ହେବ । ଏହାର ମୂଳ ଉଦେ୍ଦଶ୍ୟ ସମସ୍ତ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ତଥା ବାୟୁମଣ୍ଡଳ ଓ ପରିବେଶର ସୁଦ୍ଧିକରଣ । ଏଥିରେ ଶୁଦ୍ଧ ସାମଗ୍ରୀ ବ୍ୟବହାର ପାଇଁ ସଚେତନତା ସହ ସନାତନ ଧର୍ମର ଦାର୍ଶନିକ, ବୈଜ୍ଞାନିକ ଓ ବ୍ୟବହାରିକ ପକ୍ଷର ପ୍ରଦର୍ଶନ କରାଯିବ । ମହାଯଜ୍ଞର ଆକର୍ଷଣ ହେଉଛି ସାମୁହିକ ହନୁମାନ ଚାଳିସା ଓ ସୁନ୍ଦରକାଣ୍ଡର ପଠନ, କନକଧାରା ସ୍ତୋତ୍ର, ଲଳିତା ସ୍ତୋତ୍ର ପଠନ, ଚତୁର୍ବେଦ ପାରାୟଣ, ପରିବେଶ ବିଜ୍ଞାନୀଙ୍କ ଦ୍ୱାରା ବାୟୁମଣ୍ଡଳ ଶୁଦ୍ଧିକରଣର ମାନ ନିର୍ଦ୍ଧାରଣ, ପ୍ରବଚକ ସମ୍ମିଳନୀ, ଗୋସେବକ ସମ୍ମିଳନୀ, ମାତୃ ସମ୍ମିଳନୀ, ସନ୍ଥ ଓ ମହନ୍ତ ସମ୍ମିଳନୀ, ମାର୍ଚ୍ଚ ୧୧ ତାରିଖ ଦିନ ତୀର୍ଥରାଜ ମହୋଦଧିରେ ଭକ୍ତମାନଙ୍କର ଗୋବିନ୍ଦ ଦ୍ୱାଦଶୀ ସ୍ନାନ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବୈଜ୍ଞାନିକ ସିମିତ ସଂଯୋଜକ ଡ. ଅନନ୍ତ ସାହୁ, ଯାଜ୍ଞିକ ବ୍ରାହ୍ମଣ ସଂଯୋଜକ ଡ. ଜଗନ୍ନାଥ ରଥ, ବେଦାଚାର୍ଯ୍ୟ ପଣ୍ଡିତ ଗୋପାଳ ମହାପାତ୍ର, ଗଣେଶ୍ୱର ମହାସୁଆର, ନରେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ଦାସ, ସଂଗ୍ରାମ କାନୁନ୍ଗୋ, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।