ମାର୍ଚ୍ଚ ୨ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

 ରାଇଘର:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ନୂତନ ଜଗନ୍ନାଥ ମନ୍ଦିର ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଦିନ ପ୍ରତିଷ୍ଠା ହେବା ନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ପାଞ୍ଚ ଦିନ ଧରି ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଷ୍ପତ୍ତି ନିଆଯାଇଛି । ଏଥି ନିମନ୍ତେ ନୂତନ ଭାବେ ନିର୍ମାଣ ହୋଇଥିବା ମନ୍ଦିରରେ ରଙ୍ଗ ଦେବା ସହ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରେ ମନ୍ଦିର ପ୍ରତିଷ୍ଠା କମିଟି ଗଠନ କରାଯାଇଛି । ସର୍ବସମ୍ମତିକ୍ରମେ ପ୍ରଫୁଲ୍ଲ କୁମାର ଭୂୟା, ଉପସଭାପତି ଭାବେ ଅଜୟ ଦାସ, କିରଣ ପଟ୍ଟନାୟକ, ରତନ ଗଣ୍ଡ, ନହରୁ ଗଣ୍ଡ, ସଂପାଦକ ଭାବେ କମଲ ସିଂ ରାଜପୁତ୍, ସହ ସଂପାଦକ ଭାବେ ଭବାନୀ ନାୟକ, ଦଶରୁ ଗଣ୍ଡ ଓ କୋଷାଧ୍ୟକ୍ଷ ମୋହନ ସାହୁ ମନୋନୀତ ହୋଇଛନ୍ତି । ଏଥିସହ ମୁଖ୍ୟ ପରିଚାଳକ ଭାବେ ତହସିଲଦାର ରିତୁ ସିଂ, ବିଡିଓ ଲକ୍ଷ୍ମୀ ସାଗର ମାଝୀ ଓ ଥାନା ଅଧିକାରୀ ରଘୁ ନାଥ ମାଝୀ ପ୍ରମୁଖ ଅଧିକାରୀ ରହିଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ଖେଦୁ ଝାଙ୍କର, ସହଦେବ ଗଣ୍ଡ, ସନ୍ତୋଷ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଗୁପ୍ତ ଝାଙ୍କର୍, ଲମ୍ବୋଦର ମାଝୀ, ସୁଦର୍ଶନ ମାଝୀ, ଶିବନାଥ ବାନାର୍ଜୀ, ଯତୀନ୍ଦ୍ର ଗଣ୍ଡ, ମାଳିସିଂ ପାତ୍ର, ନବି ସାନ୍ତା, ଘନଶ୍ୟାମ ଶର୍ମା, ଜୀବନ ଶାହା, କୌସିକ ସାହୁ, ଅନନ୍ତ ବାରିକ, ସଂଗ୍ରାମ ବାରିକ, ପ୍ରିତମ ଗଣ୍ଡ, ରାଜେନ୍ଦ୍ର ଯାଦବ ପ୍ରମୁଖ ରହିଛନ୍ତି । ସେହିଭଳି ଭାସ୍କର ଦଣ୍ଡସେନା, ଶ୍ରୀହର୍ଷ ମହାପାତ୍ର, ଅଭିମନୁ୍ୟ ଡାକୁଆ, ମୁନା ସମରଥ, ସୁକେଶ ମିଶ୍ରା, ଧନେଶ ପ୍ରଧାନ, ମନୋହର ଦଣ୍ଡସେନା, ବିଷ୍ଣୁ ଗୌଡ଼, ବିକି ଶ୍ରୀବାସ୍ତବ, ଶରତ ବାରିକ, ଦିବାକର ନାୟକ, ମହେନ୍ଦ୍ର ରାଜପୁତ୍, ମୀନା ମାଝୀ, ପୁରୁଷୋତ୍ତମ ଶର୍ମା, ଦିଲୀପ ପାତ୍ର,  ଜଗନ୍ନାଥ ଦୋରା, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି । ମାର୍ଚ୍ଚ ୨ ତାରିଖ ପ୍ରଥମ ଦିବସ ଦିନ ଅପରାହ୍ନ ୩ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଅଧିବାସ, ୩ ତାରିଖ ଦିନ ଇନ୍ଦ୍ରଇନ୍ଦ୍ରାଣୀ ପୂଜା, ହବନ, ଧାନ୍ୟା ଦିବାସ, ପଞ୍ଚଶସ୍ୟ, ପ୍ରକ୍ଷେଣ, ଇନ୍ଦ୍ର ଇନ୍ଦ୍ରାଣୀ ସ୍ଥାପନ, ରହିଧିବାସ, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅଙ୍କୁରରୋପଣ ୭ ଘଣ୍ଟା ଠାରୁ ୯ ଘଣ୍ଟିକା ପର୍ଯ୍ୟନ୍ତ, ୪ ତାରିଖ ଦିନ ଜଳ ଯାତ୍ରା, ପଞ୍ଚକର୍ମ, ବ୍ରାହ୍ମଣକରଣ, ସୂର୍ଯ୍ୟପୂଜା, ଗୋପୂଜା, ଶାଲା ସଂସ୍କାର, ମଣ୍ଡଳ ପୂଜା,ଅଗ୍ନି ସଂସ୍କାର, ଆଳତୀ, ପୁଷ୍ପାଞ୍ଜଳି, ଶାନ୍ତିପାଠ, ସନ୍ଧ୍ୟା ୭ ଟା ଠାରୁ ଅଖଣ୍ଡ ନାମ ସଂକୀର୍ତ୍ତନ ଅଷ୍ଟପ୍ରହର ଅନୁଷ୍ଠିତ ହେବ । ୫ ତାରିଖ ଦିନ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଶାଲା ପୂଜା, ଦେବତାଙ୍କ ଗାୟତ୍ରୀ ମନ୍ତ୍ରରେ ହବନ, ସଂପ୍ରାତ୍ୟ ଆର୍ଯ୍ୟ, ଭସ୍ମଗ୍ରହଣ, ଦେବତାଙ୍କ ମହାସ୍ନାନ, ଦେବତାଙ୍କ ଶୟନ, ନିଦ୍ର କଳସ ପୂଜା, ଆଳତୀ, ପୁଷ୍ପାଞ୍ଜଳି, ଶାନ୍ତିପାଠ ଓ ୬ ତାରିଖ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ହବନ, ଦେବତାଙ୍କ ପ୍ରାଣ ପ୍ରତିଷ୍ଠା, ସିଂହାସନ ବିଜେ, ପୂର୍ଣ୍ଣାହୁତି, ଆଳତୀ ପୁଷ୍ପାଞ୍ଜଳି,ଶାନ୍ତିପାଠ, ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ପୁରୀଧାମ ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଶର୍ମା ପୁରୋହିତ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।