ମା' ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଶେଷ 

 ଆସିକା: ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ଶେଷ ପଟୁଆର ଶନିବାର ମଧ୍ୟ ରାତ୍ରରେ ଶେଷ ହୋଇଯାଇଛି  । ମନ୍ଦିର ପୀଠରୁ ମାଙ୍କ ବିଜେ ପ୍ରତିମାମୂର୍ତ୍ତିଙ୍କୁ ପୂଜକ ମାନେ ରାତ୍ର ରାଜ ଭୋଗ ସମାପ୍ତି ପରେ ମନ୍ଦିର ସମ୍ମୁଖରେ ଥିବା ସୁସଜ୍ଜିତ ପିତ୍ତଳ ବିମାନରେ ବିରାଟ ପଟୁଆରରେ ନଗର ଭ୍ରମଣ କରିଥିଲେ  । ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ସଦସ୍ୟ ସଚିତାନନ୍ଦ ଖଟାଇ, ମନୋଜ ମୁନି, ସମେତ ଗ୍ରାମବାସୀ ଏବଂ ଅନେକ ସ୍ୱଚ୍ଛାସେବୀ ପ୍ରମୁଖ ସହଯୋଗ କରିଥିଲେ  । ବାଜା ବାଜଣା, ବାଣ, ଘଣ୍ଟ, ଢୋଲ, ସମେତ ନୁଆଁ ନୁଆଁ ରଙ୍ଗର ପଟୁଆରରେ ଖମ୍ବେଶ୍ୱରୀ ପାଟଣା ପରିକ୍ରମା କରି ଏନଏସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇଥିଲା  । ରବିବାରରେ ବିଭିନ୍ନ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ରଜା ନାଟକ, ଭାରତ ଲୀଳା ବା ସୁଭଦ୍ରା ପରିଣୟ, ସାମାଜିକ ନାଟକ, ଏବଂ ପୌରାଣିକ ନାଟକ ପରିବେଷଣ ହୋଇଥିଲା  ।  ଶାନ୍ତି ଶୃଙ୍ଖଳା ନିମନ୍ତେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା  । ଯାତ୍ରା କମିଟି ସଭାପତି ନିମାଇଁ ପାଣିଗ୍ରାହୀ ନେତୃତ୍ୱରେ ଗ୍ରାମବାସୀ  ମା ଖମ୍ବେଶ୍ୱେରୀଙ୍କ ଅସ୍ଥାୟୀ ପୀଠରେ ଦିନ ତମାମ ପୂଜା ଅର୍ଚ୍ଚନା, ଆରତୀ, ବାଳ ଭୋଗ କରିଥିଲେ  । ଆସନ୍ତା ସୋମବାର ଦିନ ମାଙ୍କ ବୈଶାଖୀ ପର୍ବ ଶେଷ ହେବା ସହ ଗମ୍ଭୀରା ବିଜେ କାର୍ଯ୍ୟକ୍ରମ ରହିଛି  ।