ମା' ଖମ୍ବେଶ୍ୱରୀ ଶାଖାର ବାର୍ଷିକୋତ୍ସବ
ଆସିକା : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଆସିକା ଟାଉନହଲ ଠାରେ ମା' ଖମ୍ବେଶ୍ୱରୀ ପ୍ରଭାତ ଶାଖାର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଥିଲା । ବୈଠକରେ ଘୁମୁସର ଜିଲ୍ଲା ସହ ସଙ୍ଘ ଚାଳକ ବିଶ୍ୱନାଥ ସେଠୀ, ଗଞ୍ଜାମ ଜିଲ୍ଲା ବିଭାଗ ସମ୍ପର୍କ ପ୍ରମୁଖ ସୁନୀଲ ଗୌଡ଼, ନଗରକାର୍ଯ୍ୟ ଭାର ଶ୍ରୀନିବାସ ପାତ୍ର, ନାଗେଶ୍ୱର ପାତ୍ର, ଶ୍ରୀକାନ୍ତ ରେଡି, ନଗର ପ୍ରଚାରକ ମାର୍କଣ୍ଡ ନାୟକ, ବ୍ରଜବନ୍ଧୁ ଆଚାରୀ, ସିମାଞ୍ଚଳ ମହାରଣା, ଶାଖା କାର୍ଯ୍ୟାଳୟ ରାଧାକୃଷ୍ଣ ପାଣିଗ୍ରାହୀ, ନଗର ବୌଦ୍ଧିକ ପ୍ରମୁଖ ରବୀନ୍ଦ୍ର ଆଚାରୀ ସମେତ ବହୁ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଖମ୍ବେଶ୍ୱରୀ ପ୍ରଭାତ ଶାଖାର ସର୍ବାଧିକ ସଦସ୍ୟ ଯୋଗ ଦେଇ ଆଗାମୀ ଦିନରେ ସମାଜରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ପହଁଚି ସେବା ଦେବାକୁ ସଂକଳ୍ପ କରିଛନ୍ତି ।