ମା ବାଲି ହରଚଣ୍ଡୀଙ୍କ ଷୋଳପୂଜା ଆରମ୍ଭ
ବ୍ରହ୍ମଗିରି : ବହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଶକ୍ତିପୀଠରେ ମା ଙ୍କ ଷୋଳପୂଜା ଆରମ୍ଭ ହୋଇଛି । ବ୍ରହ୍ମଗିରିର ମା ହରଚଣ୍ଡୀଙ୍କ ପୀଠରେ ମଧ୍ୟ ମାଙ୍କ ଷୋଳପୂଜା ନୀତି ସ୍ୱତନ୍ତ ଭାବରେ ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜାପାଠ ଆରମ୍ଭ ହୋଇଛି । ସହସ୍ର କୁମ୍ଭ ଚରଣ ନୀତି ବଢିଛି । ଭୋରୁ ମନ୍ଦିର ଦ୍ୱାର ଫିଟା ହେବାପରେ ମଙ୍ଗଳା ଆଳତୀ, ଅବକାଶ ଓ ମାଜଣା ନୀତି ସରିବା ପରେ ଗୋପାଳ ବଲ୍ଲଭ ଉଠିଥିଲା । ପରେ ଏକଶହ ଆଠ ସୁବାସିତ, ମନ୍ତପୁତ ଗରା ଜଳରେ ମା’ ଙ୍କୁ ମହାସ୍ନାନ କରାଯିବାପରେ ଷୋଳପୂଜାର ପ୍ରଥମ ଭୈରବୀ ବେଷ ନିତୀ ବଢିଥିଲା । ମୁଖ୍ୟ ମନ୍ଦିରରେ ଷୋଡଶ ଉପଚାର ପୂଜା ପାଠପରେ ଚଣ୍ଡୀ ପାଠ ହୋଇ ଅପରାହ୍ନ ୨ ଟାରେ ସକାଳ ଧୂପନିତୀ ସରି ମନ୍ଦିର ଶୋଦ୍ଧ ହୋଇ ପହୁଡ ପଡିବା ପରେ ପୁନର୍ବାର ୩ ଟା ରେ ମନ୍ଦିର ଖୋଲାଯାଇ ସର୍ବସାଧାରଣ ଦର୍ଶନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଏହି ଅପୂର୍ବ ଭୈରବ ଭେଷ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ସଂଧ୍ୟା ଆଳତୀ, ମଇଲମ ଲାଗି ପରେ ମା’ ଙ୍କ କାଳୀବେଶ କାମ ବଢିଥିଲା । ସନ୍ଧ୍ୟାଧୂପ ନିତୀ ବଢିବା ପରେ ଭକ୍ତଙ୍କ ଦର୍ଶନ ପରେ ମନ୍ଦିର ଶୋଧ କରାଯାଇ ବଡସିଂହାର ନିତୀ ବଢି ଶ୍ରୀ ମହାପ୍ରସାଦ ସମର୍ପଣ କରାଯାଇ ପହୁଡ ନୀତି ବଢିଥିଲା । ଏହିଭଳି ଭାବେ ଷୋଳପୂଜାରେ ମା ହରଚଣ୍ଡୀ ୩୨ ଭେଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।