ମା’ ସିଦ୍ଧିଦାତ୍ରୀ ଚଣ୍ଡୀ ମନ୍ଦିରର ବାର୍ଷିକୋତ୍ସବ

 କପ୍ତିପଦା: କପ୍ତିପଦାର ପ୍ରସିଦ୍ଧ ମା’ ସିଦ୍ଧିଦାତ୍ରୀ ଚଣ୍ଡୀ ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓ ବାବା ସିଦେ୍ଧଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗତ ୮ତାରିଖ ସକାଳେ ବାବା ସିଦେ୍ଧଶ୍ୱର ମହାରୁଦ୍ରଙ୍କ ମନ୍ଦିରର ରନôଗର୍ଭ ପୂଜା ଏବଂ ସନ୍ଧ୍ୟାରେ ଅଧିବାସ ଓ ଅଙ୍କୁରାର୍ପଣ କାର୍ଯ୍ୟ ସମାପନ ହୋଇଥିଲା । ଏହି ଅବସରରେ ୯ତାରିଖ ସକାଳେ ଯଜ୍ଞ କାର୍ଯ୍ୟ ଉପଲକ୍ଷେ ନିକଟସ୍ଥ ସୋନନଦୀର ସଡକସାହି ଘାଟରୁ ଶ୍ରଦ୍ଧାଳୁ ମହିଳା ପୁରୁଷଭକ୍ତମାନଙ୍କ ଦ୍ୱାରା ଘଟୋତ୍ତଳନ କରାଯାଇ ଗ୍ରାମ ଓ ବଜାର ପରିକ୍ରମା କରି ପୂଜା ମଣ୍ଡପ ନିକଟରେ କଳସ ସ୍ଥାପନ କରାଯାଇଥିଲା । ଏହାପରେ ସୂର୍ଯ୍ୟପୂଜା, ଗୋ ପୂଜା, ଶିବମନ୍ଦିରର ପ୍ରତିଷ୍ଠା, ମହାରୁଦ୍ରଙ୍କର ବିଗ୍ରହ ପ୍ରତିଷ୍ଠା, ତ୍ରିଶୂଳ ଧ୍ୱଜ ସ୍ଥାପନ, ରୁଦ୍ରାଭିଷେକ, ଘୃତକାର୍ଯ୍ୟ କରାଯାଇଥିଲା । ପରେ ପୂଜକଙ୍କ ଦ୍ୱାରା ଯଥାବିଧି ଅଗ୍ନିସ୍ଥାପନ କାର୍ଯ୍ୟ ହେବା ପରେ ଆରତୀ କାର୍ଯ୍ୟ ଅନୁଷ୍ଠିତ ଟହୋଇଥିଲା । ସେହିପରି ୧୧ତାରିଖରେ ସୂର୍ଯ୍ୟପୂଜା, ଗୋ ପୂଜା, ମା’ଙ୍କର ଷୋଡଶ ଉପଚାର, ଚଣ୍ଡୀପାଠ, ଗୀତାଯଜ୍ଞ ଓ ସର୍ବଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଆରତୀ କରାଯାଇଥିଲା । ପରେ ଓଡିଶାର ସୁନାମଧନ୍ୟ ସଂଗୀତ ନିଦେ୍ଦର୍ଶକ ତଥା କଣ୍ଠଶିଳ୍ପୀ ସୁବାଷ ଦାସଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ମନ୍ଦିରର ପ୍ରତିଷ୍ଠାତା ସସ୍ତ୍ରୀକ ଉମେଶ ଚନ୍ଦ୍ର ମିଶ୍ର ଓ ରୁକ୍ମଣୀ ମିଶ୍ର କାର୍ଯ୍ୟ ସଂପାଦନ କରିଥିଲେ । ମୁଖ୍ୟ ପଣ୍ଡିତ ବାନାମ୍ବର ଦେବତା, ପଣ୍ଡିତ ଶୀତାକାନ୍ତ ଶତପଥୀ, ରଂଜନ କୁମାର ଦାସ, ଉଷାକାନ୍ତ ଦାଶ, ସୁରେନ୍ଦ୍ର ପାଣି, ରଂଜନ କୁମାର ତ୍ରିପାଠୀ, ମାନସ କୁମାର ପଣ୍ଡା, ସୁମନ୍ତ କୁମାର ତ୍ରିପାଠୀ, ଓ ଚକ୍ରଧର ପଣ୍ଡା ପ୍ରମୁଖଙ୍କ ମନ୍ତ୍ରଧ୍ୱନୀରେ ମା’ ଚଣ୍ଡୀ ମନ୍ଦିରର ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ପୂର୍ଣ୍ଣାହୂତି ପରେ ଭକ୍ତମାନଙ୍କୁ ପ୍ରାସାଦ ବିତରଣ କରାଯାଇଥିଲା ।