ମିଳିତ ଅଭିଯୋଗ ଶୁଣାଣି
ରଗଡି : କୋରେଇ ବ୍ଲକ ସଭା ଗୃହରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୧୧୫ଅଭିଯୋଗ ମଧ୍ୟରୁ ୭୧ଟିର ସମାଧାନ ହୋଇଥିଲା । ଅଭିଯୋଗ ମଧ୍ୟରେ ୪୩ ବ୍ୟକ୍ତିଗତ, ୪ଗୋଷ୍ଠିଗତ ଓ ୬୮ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଶିବିର ସକାଳ ସମୟରେ ଆରମ୍ଭ ହୋଇଥିଲା । ଜିଲାପାଳ ଛୁଟିରେ ଥିବା ଓ ଏସପି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଶିବିରରେ ଯୋଗ ଦେଇ ପାରି ନଥିଲେ । ଏଡିଏମ ଯୁଧିଷ୍ଠିର ନାୟକଅଭିଯୋଗକାରୀଙ୍କ ଆପତି ଅଭିଯୋଗର ଶୁଣାଣି କରିଥିଲେ । ସିଡିଓ କମ୍ ଇଓ ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ସପନ ନନ୍ଦ ଏଡିଏମ କଳିଙ୍ଗନଗର, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ସହକାରୀ ଜିଲାପାଳ ନିବେଦିତା ପ୍ରଧାନ, ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ, କୋରେଇ ବିଡ଼ିଓ ଅବନୀକାନ୍ତ ସାହୁ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ବିଇଓ ସୁଦର୍ଶନ ମଲ୍ଲିକ ଓ ମେଡିକାଲ ଇନଚାର୍ଜ ଭବାନୀ ଶଙ୍କର ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଓ ବ୍ଲକ ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।