ମୁକୁଳା ପଡିଛି ନାଳ, ପ୍ରତିକାର ଦାବି


ାା ପ୍ରଭାନୁ୍ୟଜ୍ ।ା ଆସିକା : ଆସିକା  ବିଜ୍ଞାପିତ ଅଂଚଳ ପରିଷଦର ତାଲୁକା ରୋଡରେ ଥିବା ନାଳ, ଟିପୁସର ଓ ବସଷ୍ଟାଣ୍ଡର ଜାତୀୟ ରାଜପଥ କଡ଼ର ଦୁଇ ପାର୍ଶ୍ୱର ନାଳ ଏବେ ମୁକୁଳା ହୋଇ ପଡିଛି  । ଦୈନଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ତହସିଲ, ସ୍କୁଲ, ବ୍ଲକ, ଅଙ୍ଗନବାଡି କେନ୍ଦ୍ର, ଶିଶୁ ବିଦ୍ୟାମନ୍ଦିର, ସିଡିପିଓ ଅଫିସ, ଜେଲ, ଟ୍ରେଜେରି କାର୍ଯ୍ୟାଳୟ, ମନ୍ଦିର, ସମବାୟ ସେବା ସମିତି, କଲେଜ, ମେଡିକାଲ ଆଦି ଅନେକ କାର୍ଯ୍ୟ ନିମନ୍ତେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦୈନିକ ଯାତାୟାତ କରୁଛନ୍ତି  । ଏଭଳି ଦୃଶ୍ୟକୁ ଅନେକ ଅଧିକାରୀ ଦେଖୁଥିଲେ ମଧ୍ୟ କାହାରି ଏଥି ପ୍ରତି ନିଘା ନାହିଁ  । ପ୍ରକାଶ ଥାଉକି ଗତ ଜୁନ ମାସରେ ଏକ ଶିଶୁ ରାଜ୍ୟ ରାଜଧାନୀ ରେ ମୁକୁଳା ଡ୍ରେନ୍ରେ ପଡି ମୃତୁ୍ୟ ହେବା ଖବର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଚଳିତ ଅଗଷ୍ଟ ମାସରେ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହିରେ ଏଗାର ବର୍ଷର ଛାତ୍ର ସାଇରାମ ପାତ୍ର ମୁକୁଳା ଡ୍ରେନ୍ରେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗ, ପୁଲିସ ଓ  ମୁ୍ୟନିସିପାଲିଟି ପ୍ରଶାସନ ବହୁତ ଖୋଜା ଖୋଜି ପରେ ଶିଶୁର ମୃତୁ୍ୟ ଦେହ ମିଳିଥିଲା । ଏହା ପରେ ମୁ୍ୟନିସିପାଲିଟି ପକ୍ଷରୁ ପ୍ରତ୍ୟେକ ୱାର୍ଡରେ ଖୋଲା ଥିବା ଡ୍ରେନ୍ ପାଖରେ ତାର ଘେରି କରିବା ସହ ସଚେତନ ବ୍ୟାନର ଲଗାଇଥିଲା । କିନ୍ତୁ ଆସିକା ଏନଏସି ମଧ୍ୟରେ ଥିବା ଏହି ନାଳଗୁଡିକୁ  ମୁକୁଳା ହୋଇ ପଡ଼ିଥିଲେ ମଧ୍ୟ ଅଦ୍ୟାବଧି ଏହାର ବିକଳ୍ପ ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳୁଛି  ।ଏଠି ଏକ ଦୁର୍ଘଟଣା ଘଟିଲା ପରେ ବି ପ୍ରଶାସନ ଚେତା ପଶିନି । ଏହାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି । ଯଥା ଶୀଘ୍ର ବିଭାଗୀୟ ଅଧିକାରୀମାନେ ଏହାର ସୁବନେ୍ଦାବସ୍ତ କରିବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି ।