ମୁକ୍ତିଲାଭ ଅପେକ୍ଷାରେ ଅନନ୍ତ ବାସୁଦେବ

 କେନ୍ଦ୍ରାପଡା  : ଇତି ମଧ୍ୟରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଦ୍ୱାରା ନିବେଦିତ ଭକ୍ତି ସଙ୍ଗୀତ ଆଲବମ୍ ଅନନ୍ତ ବାସୁଦେବ ତ୍ରିଶୂଳିଆ ସ୍ଥିତ ସାଇ ଷ୍ଟୁଡ଼ିଓରେ ସଫଳତାର ସହିତ ରେକର୍ଡିଙ୍ଗ୍, ଡ୍ୱିଙ୍ଗ୍ ଏବଂ ମିକ୍ସିଙ୍ଗ୍ ହୋଇଯାଇଛି । ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ତଥା ଗୀତିକାର ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ବଳିଷ୍ଠ ସଙ୍ଗୀତ ନିଦେ୍ର୍ଦଶନାରେ ପ୍ରସ୍ତୁତ ଏହି ଆଲ୍ୱମ୍ରେ ଉପେନ୍ଦ୍ର ପାଢ଼ୀ ଏବଂ ନିରୁପମା ଜେନା କଣ୍ଠଦାନ କରିଛନ୍ତି । ନରେନ୍ଦ୍ର କୁମାର ମହାପାତ୍ର ବାଦ୍ୟ ଯନ୍ତ୍ର ସଙ୍ଗୀତ ପରିଚାଳନା କରିଛନ୍ତି । ବାଦ୍ୟଯନ୍ତ୍ରରେ ନରେନ୍ଦ୍ର, ଗୋବିନ୍ଦ,ମନିଷ୍, ଭାନୁ ଏବଂ ସୀମାଦ୍ରୀ ସହାୟତା କରିଛନ୍ତି । ଆଶିଷ ମହାପାତ୍ର ରେକର୍ଡିଙ୍ଗ୍, ଡ୍ୱିଙ୍ଗ୍ ଏବଂ ମିକ୍ସିଙ୍ଗ୍ କାର୍ଯ୍ୟ ସଫଳତାର ସହିତ ସମାହିତ କରିଛନ୍ତି । ଏଥିରେ ସିଦ୍ଧ ବଳଦେବଜୀଉଙ୍କ ଉପରେ ଆଧାରିତ ଚାରିଟି ଏବଂ ଅନ୍ୟାନ୍ୟ ଦୁଇଟି ଭଜନ ରହିଛି । ପାଞ୍ଚଟି ଗୀତ ବିମଳ ପ୍ରସାଦ ପରିଡା ଏବଂ ଗୋଟିଏ ଗୀତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ରଚନା କରିଛନ୍ତି । ଏହି ଭକ୍ତି ସଙ୍ଗୀତ ଆଲବମ୍ଟି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଜୀଉଙ୍କୁ ସମର୍ପଣ କରାଯିବା ସହିତ ଲୋକାର୍ପଣ କରାଯିବ ବୋଲିି ପ୍ରଯୋଜିକା ତଥା ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଏବଂ ପ୍ରଡକ୍ସନ ମ୍ୟାନେଜର ବିଶ୍ୱଜିତ ପରିଡା ଜଣାଇଛନ୍ତି ।