ମୁଖ୍ୟ ଚିକିତ୍ସାଳୟରେ ଏମ୍ଆରଆଇ ମେସିନ୍ ରଖିବାକୁ ଦାବି
ାା ପ୍ରଭାନୁ୍ୟଜ୍ାା ଢେଙ୍କନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ ବିଶିଷ୍ଟ ଶଯ୍ୟା ଥିଲେ ମଧ୍ୟ ଏଠାରେ ମେଡିକାଲ୍ କଲେଜ ହୋଇପାରିନାହିଁ । କିନ୍ତୁ ପଡୋଶୀ ଜିଲ୍ଲାରେ ମୌଳିକ ସେବା ଆଧାରରେ ଏମ୍.ଆର.ଆଇ. ମେସିନ୍ ଥିଲେ ମଧ୍ୟ ଢେଙ୍କାନାଳ ସଦର ହସ୍ପିଟାଲ୍ ଏମ୍.ଆର.ଆଇ ମେସିନ୍ ଆଜି ପର୍ଯ୍ୟନ୍ତ ନାହିଁ । ଫଳରେ ଜନସାଧାରଣ ଖର୍ଚ୍ଚାନ୍ତ ହୋଇ କଟକ ଓ ଭୁବନେଶ୍ୱର ଯାଉଛନ୍ତି । ଏଠି ଜରୁରୀ ଭାବେ ଏମ୍.ଆର୍.ଆଇ. ମେସିନ୍ ରଖିବା ପାଇଁ ଦାବୀ ହେଉଛି ବୋଲି ବରିଷ୍ଠ ନାଗରିକମାନେ ଦାବୀ କରିଅଛନ୍ତି ଏବଂ ତା' ସହିତ ଜରୁରୀ ଭାବେ ଜଣେ ରୋଡିଓଲୋଜିଷ୍ଟ, ଜଣେ ହୃଦରୋଗ ବିଶେଷଜ୍ଞ ଓ ଆନୁସଙ୍ଗିକ କର୍ମଚାରୀ ରଖିବା ପାଇଁ ବରିଷ୍ଠ ଆଇନ୍ଜୀବୀ ମନୋରଂଜନ ପଟ୍ଟନାୟକ, ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ, ସମାଜସେବୀ ସରୋଜ ଶତପଥୀ, ଇଂ. ଡମ୍ବରୁଧର ପଣ୍ଡା, କବି ବାହାଦୂର ପାଟ୍ଟସାହାଣୀ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ଶତପଥୀ, ପରିବେଶବିତ୍ ଉପେନ୍ଦ୍ର ରାଉତ, ସମାଜସେବୀ ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଓଡିଶା ବିଧାନସଭାର ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।