ମୃତ ସରପଞ୍ଚଙ୍କ ପରିବାରକୁ ଭେଟିଲେ ବିଧାୟକ

 ପଟ୍ଟାମୁଣ୍ଡାଇ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଶ୍ରୀ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ  ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି ଲିପୁ ରାଉତ, ଯୁବନେତା ବାପୁ ଷଢଙ୍ଗୀ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା ପ୍ରମୁଖ ମୃତ ସରପଞ୍ଚଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।