ବାହୁଡ଼ାରେ କିନ୍ନର ସଂଘର ସେବା

 ତାଳଚେର  : ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ହରଗୌରୀ କିନ୍ନର ସଂଘ ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭକରି ବଡ଼ଦାଣ୍ଡ ଓ ବଡ଼ଦେଉଳ ପର୍ଯ୍ୟନ୍ତ କିନ୍ନରମାନେ ଏକତି୍ରତ ହୋଇ ଝାଡ଼ୁଧରି ସଫା କରିଥିଲେ  । ସେମାନେ କହିଛନ୍ତି ଯେ, ଆଜି ଆମେ ଯେଉଁ ସଫେଇ କାର୍ଯ୍ୟ କରୁଛୁ ଏହା ଆମ ପାଇଁ ସୌଭାଗ୍ୟର କଥା, ଜଗତରନାଥ ଜଗନ୍ନାଥଙ୍କର ଏମିତି ସେବା କରିବା ସମସ୍ତଙ୍କ ସୌଭାଗ୍ୟରେ ନଥାଏ  । ଆମ ସଂଘ ଦ୍ୱାରା ଆଜି ଯେଉଁ ପୂଣ୍ୟ କାର୍ଯ୍ୟ ହୋଇଛି ଏହା ଆମ ମନ, ଆତ୍ମାକୁ ତୃପ୍ତ କରିଛି  । ତେଣୁ ଆଗମୀ ରଥଯାତ୍ରାରେ ଭଗବାନଙ୍କ ସେବା କରିବାର ସୁଯୋଗ ମିଳିଲେ ଆମେ  ଧନ୍ୟମନେ କରିବୁ  । ତେବେ କିନ୍ନର ସଂଘର ଏପରି ସେବାକାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଇଛି  ।