ମୃତ ହାତୀକୁ ବ୍ୟବଚ୍ଛେଦ ପରେ ପୋତି ଦିଆଗଲା : ହାତୀ ଟ୍ରାକିଂ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ତାଳପଦା ସେକ୍ସନ ଓରିଆ ବିଟ୍ର ତମାଙ୍ଗ ସଂରକ୍ଷିତ ଜଙ୍ଗଲର ଏକ ପାହାଡରୁ ଗତ ୨୫ତାରିଖ ଅପରାହ୍ନରେ ୨୦ବର୍ଷର ଏକ ମାଈ ହାତୀର ମୃତ ଦେହ ଠାବ ହୋଇଥିଲା । ଆଜି ବନ ବିିିିଭାଗ ଘଟଣାସ୍ଥଳରେ ହାତୀର ମୃତ ଦେହ ଜବତ୍ କରି ତଦନ୍ତ ଆରମ୍ଭ କରିଛି । ତେଲକୋଇ ବ୍ଲକ ଶିରିଗିଡା ପ୍ରାଣୀ ଚିକିସôାଳୟ ସହକାରୀ ପ୍ରାଣୀ ଚିକିସôିକ ଡାକ୍ତର ଅଭିଷେକ ନାୟକ,ଡବ୍ଲୁ୍ୟଟିଏଫ୍ ଡାକ୍ତର ବ୍ରଜରାଜ ସିଂ ୟାଦବଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଥିବାବେଳେ ଘଟଣା ସ୍ଥଳରେ କେନ୍ଦୁଝର ବନଖଣ୍ଡ ଡିଏଫ୍ଓ ଧନରାଜ ଏଚ୍ଡି,ଏସିଏଫ୍ ଅଶୋକ ଦାସ,ଏସିଏଫ୍ ଡକ୍ଟର ସୁଦିପ୍ତ କୁମାର ପଣ୍ଡା, ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ,ଜେଟିଏଫ୍ର ରେଞ୍ଜର କୁଲେଶ ଚନ୍ଦ୍ର ସାହୁ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି । ୪/୫ ଦିନ ପୂର୍ବରୁ ହାତୀର ମୃତୁ୍ୟ ହୋଇଥିବାବେଳେ ହୃଦଘାତ କାରଣରୁ ମୃତୁ୍ୟ ହୋଇ ସନେ୍ଦହ କରାଯାଉଛି ବୋଲି ଡାକ୍ତର ଅଭିଷେକ ନାୟକ କହିଛନ୍ତି । ତେବେ ମୃତୁ୍ୟର ସଠିକ୍ କାରଣ ବ୍ୟବଚ୍ଛେଦ ରିର୍ପୋଟ ମିଳିବା ପରେ ଜଣାପଡିବ ।
ହାତୀଟି ୪/୫ ଦିନ ପୂର୍ବରୁ ମରିଥିଲେ ହେଁ ଦାୟିତ୍ୱରେ ଥିବା ବନ କର୍ମଚାରୀମାନେ କିପରି ଜାଣି ପାରିଲେ ନାହିଁ ତାହାକୁ ନେଇ ହାତୀ ଟ୍ରାକିଂ କରୁଥିବା କର୍ମଚାରୀଙ୍କ କାମ କାର୍ଯ୍ୟକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ବନ ବିଭାଗର ଟ୍ରାକିଂ ରିପୋର୍ଟର ତଥ୍ୟ ଅନୁଯାୟୀ ୨୫ତାରିଖ ଅପରାହ୍ନରେ ୬ଟି ହାତୀ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜରୁ ତେଲକୋଇ ରେଞ୍ଜକୁ ପ୍ରବେଶ କରିଥିଲେ । ସେହି ହାତୀ ଦଳରୁ ଗୋଟିଏ ହାତୀ ଓରିଆ ବିଟ୍ର ତମାଙ୍ଗ ଜଙ୍ଗଲରେ ମରିଥିବା ନେଇ ତଥ୍ୟ ଦିଆଯାଇଥିଲା । ତେବେ ହାତୀ ଟି ୪/୫ ଦିନ ପୂର୍ବରୁ ମରିଥିଲେ ହେଁ ବନବିଭାଗ ହାତୀ ଦଳକୁ ନ ଦେଖି ଭୂଲ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ଦେଇଥିବା ସ୍ପଷ୍ଟ ହୋଇଥିଲା । କେନ୍ଦୁଝର ବନଖଣ୍ଡରେ ହାତୀମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ପ୍ରକୃତ ପକ୍ଷେ ଏହାର ସଠିକ୍ ତଦାରଖ ହେଉନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ହାତୀ ଟ୍ରାକିଂ ଏବଂ ମନିଟରିଂ ଅଭାବରୁ ହାତୀ ମୃତୁ୍ୟ ହେଉଛି । ହାତୀ ସୁରକ୍ଷା ପାଇଁ ଗଜ ସାଥି,ଏଲିଫାଣ୍ଟ ଟ୍ରାକର,ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ,୨୪ ଘଣ୍ଟିଆ କଣ୍ଟ୍ରେ୍ରାଲ ରୁମ ରହିଛି । ଦୈନନ୍ଦିନ ପାଦଚଳା ପେଟ୍ରୋଲିଂ ବ୍ୟବସ୍ଥା ରହିଛି । ତେବେ ଏହା ଠିକ୍ ଭାବରେ ହେଉନଥିବା ଏହି ଘଟଣାରୁ ଜଣାପଡିଛି । ଏତେ ସବୁ ଯୋଜନା ପରେ ମଧ୍ୟ ହାତୀ ମୃତୁ୍ୟ ବଢିବାରେ ଲାଗିଛି । ସରକାର ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହାତୀ ଟ୍ରାକିଂ ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀ ସଠିକ୍ ଭାବେ କାର୍ଯ୍ୟ କରୁନାହାଁନ୍ତି । ତେବେ ହାତୀ ଟ୍ରାକିଂ ନେଇ ଭୂଲ ତଥ୍ୟ ଦେଉଥିବା ବନ କର୍ମଚାରୀଙ୍କ ବିରୁଦ୍ଧରେ ଡିଏଫ୍ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।