ମଧାବୃତ୍ତି ଛାତ୍ରଛାତ୍ରୀଙ୍କୁ ଶୁଭ କାମନା
ଭଣ୍ଡାରିପୋଖରୀ: ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ପରିସରରେ ଗୁରୁବାର ପ୍ରଧାନଶିକ୍ଷକ ଶରତଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମେଧାବୃତ୍ତି ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରାଯାଇଛି । ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିôବା ଶାରଦାର ଶୁଭମ ଶେଖର ସାମଲ, ସୁଜିତ କୁମାର ମଲ୍ଲିକ, ପ୍ରାଚୀ ପ୍ରିୟଦର୍ଶନୀ ଦାସ, ଶିବଶଙ୍କର ସେଠୀ, ଅର୍ଣ୍ଣବ କୁମାର ସେନାପତି ଓ ସୋନି ସମୀକ୍ଷା ଜେନା ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜ୍ଞାପନ କରାଯାଇଥିଲା । ଏଥିରେ ବିଇଓ ଅଧିର କୁମାର ତରାଇ ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ଭର ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପାଦେୟ ପୁସ୍ତିକା ଆଦି ପ୍ରଦାନ କରି ଶୁଭକାମନା ଜଣାଇଥିଲେ । ବିଦ୍ୟାମନ୍ଦିର ଅଭିଭାବକ ଓ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।