ମେଧାବୃତ୍ତି ସମ୍ମାନ ୨୦୨୫ ପ୍ରଦାନ

 ପୁରୀ  :  ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ୨୭ତମ ବାର୍ଷିକ ଉସôବ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ପୂଜାପଣ୍ଡା, ଭଗବାନ ସୁଆର, ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ମଞ୍ଚର ରାଜ୍ୟ ସଭାପତି ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଗୌରୀଶଙ୍କର ସିଂହାରୀ, ସାହିତି୍ୟକ ଶିବସୁନ୍ଦର ମିଶ୍ର, ସ୍ତମ୍ଭକାର ହରିଶଙ୍କର ମିଶ୍ର, ସାମ୍ବାଦିକ ନାରାୟଣ ଦାସ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମନୋଜ କୁମାର ସାମଲ, ତନ୍ମୟ ଚାଟାର୍ଜୀ, ଅମର ମହାପାତ୍ର ଓ ରାଜକୁମାର ମହାନ୍ତି ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୫ ମେଧାବୀ ବୃତ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ସହରର ସମସ୍ତ ଏ-୧ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହରର ୬ଟି ବିଦ୍ୟାଳୟର ମୋଟ ୩୭ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚ ଦ୍ୱାରା ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ସେବକ ସମ୍ମାନରେ ମାଧବଚନ୍ଦ୍ର ପୂଜାପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତା ମାସ ପ୍ରଥମ ସପ୍ତାହରେ ଗୋପ, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, ସାକ୍ଷୀଗୋପାଳ ଆଦି ବ୍ଲକର ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଯାଇଛି ।