ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

  କଟକ : କଟକ ସଦର ୪୨ମୌଜା ସ୍ଥିତ ଯଶୋଦା ଗାର୍ଡ଼େନ ଠାରେ ଉକôଳ ଯାଦବ ମହାସଭା ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଭାର ସଭାପତି ଆଶିର୍ବାଦ ବେହେରାଙ୍କର ଅଧ୍ୟକ୍ଷତାରେ ସାଂଗଠନିକ ଜିଲ୍ଲାମାନଙ୍କୁ ନେଇ ଜୋନ୍ ଗଠନ, ଅହିରରେଜିମେଣ୍ଟ ଭାରତୀୟ ସେନାରେ ଲାଗୁ କରିବା, ପଛୁଆ ବର୍ଗଙ୍କ ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା କରିବା ସହ ସଂଗଠନ ସଂପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଉକôଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ମହାସଚିବ ତଥା କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ, ଉପସଭାପତି ଲମ୍ବୋଦର ନିଆଳ, ଇଂ ପ୍ରଦୀପ ବେହେରା, ଧର୍ମାନନ୍ଦ ବେହେରା, ରାଜୁ ଗିଭେଲା, ଅବସରପ୍ରାପ୍ତ ଜିଲ୍ଲା ଜଜ ଜତିନ୍ଦ୍ର ମୋହନ ବେହେରା, ରଂଜନ ଦାସ, କାର୍ତ୍ତିକ ଚନ୍ଦ୍ର ବେହେରା, ଗୀତାରାଣୀ ଦାସ, ରୁନୁଲତା ବେହେରା ଓ ସଂଯୁକ୍ତ ବେହେରା ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ଯୁବ ସଭାପତି ଅମର ନାୟକ, ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ଓ ବିଭିନ୍ନ ଶାଖାର ନେତୃବୃନ୍ଦମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ରାଜ୍ୟ ସାଂଗଠନିକ ସଂପାଦକ ଇଂ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।