ଯୁବକଙ୍କୁ ଦଳିଦେଲା ଦନ୍ତା
ଯାଜପୁର: ଶୌଚ ହେବାକୁ ଯାଇଥିବା ବେଳେ ଜଣକୁ ଦଳି ଦେଲା ଦନ୍ତାହାତୀ । ଫଳରେ ଘଟଣା ସ୍ତଳରେ ଯୁବକର ମୃତୁ୍ୟ ଘଟିଥିବା ବେଳେ ହାତୀ କବଳରୁ ଜଣେ ଖସିଆସିବାରୁ ବର୍ତ୍ତି ଯାଇଛି । ଏଭଳି ଘଟଣା ବଡ଼ଚଣାର ବୈରୀ ରେଞ୍ଜ ଅଧିନସ୍ଥ ଶାଳପଡା ପଞ୍ଚାୟତ ଚାରିଗୋଛିଆ ଆଦିବାସୀ ସାହିରେ ଘଟିଛି । ଆଦିବାସୀ ସାହିର ଦୁଲ୍ଲଭ ବିନ୍ଧାଣିଙ୍କ ପୁଅ ରବି (୩୨) ଓ ତାଙ୍କ ସାଙ୍ଗ ଟିପୁ ହେମ୍ରମ ସକାଳେ ଶୌଚ ପାଇଁ ନିକଟସ୍ଥ ପଡିଆକୁ ଯାଇଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ପଳାଇଆସିଥିବା ଦନ୍ତା ହାତୀ ହାବୁଡ଼ରେ ପଡିଥିଲେ । ଟିପୁ ଦନ୍ତା କବଳରୁ ଆହତ ହୋଇ ଅଳ୍ପକେ ଖସି ପଳାଇ ଆସିଥିବା ବେଳେ ରବିକୁ ଦନ୍ତା କଚାଡି କଚାଡି ଦଳି ଦେଇଥିବାରୁ ଘଟଣା ସ୍ଥଳରେ ତାର ମୃତୁ୍ୟ ହୋଇଛି । ଫରେଷ୍ଟର ମାଣିକ ମୁଣ୍ଡା ଘଟଣା ସ୍ଥଳରେ ପହଞ୍ଚିି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରୀ ରଖିଛି । କିଛି ଦିନ ହେବ ବୈରୀ, ଶାଳପଡା, ପାରିଆ, ସମିଆ ଅଂଚଳରେ ହାତୀ ଉପଦ୍ର୍ୱ ବଢ଼ି ଚାଲିଛି । ଖବର ବିଧାୟକ ଅମର ନାୟକ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତନା ଦେବା ସହ ତୁରନ୍ତ ବୈରୀ ଡାଲିଯୋଡ଼ା ବନାଞ୍ଚଳ ଅଧିକାରୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାର ନିର୍ଦେଶ ଦେଇଛନ୍ତି ।