ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ 

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା  ବୁରୁପଡା ଗ୍ରାମ ସ୍କୁଲ ଛକରେ  ଶୁକ୍ରବାର ରାତିରେ ସିମାଞ୍ଚଳ ନାୟକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ସିମାଞ୍ଚଳଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ହିଞ୍ଜିଳି ପୋଲିସ ନଂ. ୧୦୧୬୨୪ ରେ ମାମଲା ରୁଜୁ କରିଛି । ପୂର୍ବଶତ୍ରୁତା ନେଇ ଏହି ଆକ୍ରମଣ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ  । ପୋଡିଙ୍ଗି ଗ୍ରାମର ସିମାଞ୍ଚଳ ରାତିରେ ବୁରୁପଡା ହାଇସ୍କୁଲ ଛକରେ ଥୁବା ସମୟରେ ୨ଟା ବାଇକ୍ରେ  ୪ଜଣ ଯୁବକ ଆସି ଆକ୍ରମଣ କରି ଫେରାର୍ ହୋଇଯିବା ସମୟରେ ଦୟାପଲ୍ଲୀ ଗ୍ରାମର ଚନ୍ଦନ ଦାସ ଖସିଯିବା ସମୟରେ ଲୋକଙ୍କ ଦ୍ୱାରା କାବୁ ହୋଇଯାଇଥିଲେ  । ଲକ୍ଷ୍ମୀପୁର ଗ୍ରାମର ଗୁରୁସେଠୀ, କିଶୋର ନାୟକ ଓ ଚନ୍ଦନ ଦାସ ଙ୍କ ନାମରେ ସିମାଞ୍ଚଳଙ୍କ ମା ଲିଖିତ ଅଭିଯୋଗ କରିଛନ୍ତିି । ସ୍ଥାନୀୟ ଲୋକେ ସିମାଞ୍ଚଳକୁ ୧୦୮ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରାଇଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନାରେ ସିମାଞ୍ଚଳଙ୍କ ଚିକିସôା ଚାଲିଛି ।