ଯୁବକଙ୍କ ଆକସ୍ମିକ ମୃତୁ୍ୟ

 ବୈଶିଙ୍ଗା: ସକାଳୁ ବୈଶିଙ୍ଗା ଥାନା ଅଧୀନ ଖଇରିବଣି ଗ୍ରାମର ଜନୈକ ଯୁବକଙ୍କର ଆକସ୍ମିକ ଭାବେ ମୃତୁ୍ୟ ଘଟିଛି । ମୃତକ ହେଉଛନ୍ତି ଉକ୍ତ ଗ୍ରାମର ଦିବାକର ଟୁଡୁ  । ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତୁ୍ୟ ଘଟିଥିବା ସନେ୍ଦହ କରାଯାଉଛି । ସୂଚନା ଅନୁଯାଇ ଦିବାକର କାଲି ସନ୍ଧ୍ୟା ତଥା ରାତିରେ ପ୍ରଚୁର ମଦ୍ୟପାନ କରିବା ସହିତ ପରିବାର ଲୋକଙ୍କ ସହ ଖାଦ୍ୟ ଖାଇ ଘରେ ଶୋଇଥିଲେ । ପରେ ଭୋର ସକାଳୁ ଉଠି ଦେହ ଭଲ ଲାଗୁନଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ବାହାରେ ଟିକେ ବୁଲାବୁଲି କରି ଆସି ପୁଣି ଥରେ ଖାଲି ପେଟରେ ମଦ ପିଇଥିଲେ । ପରେ ପୁଣି ଯାଇ ବିଛଣାରେ ଶୋଇ ପଡ଼ିଥିଲେ । ହେଲେ ସେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଛଣାରୁ ଉଠିନଥିଲେ । ପ୍ରଥମେ ପରିବାର ଲୋକ ଦିବାକର ନିଶାରେ ଶୋଇଛି ଭାବି ତା ପାଖକୁ ଯାଇନଥିଲେ । ହେଲେ ପରେ ଦିବାକର ଉପରେ ମାଛି ବସିବାରୁ ତାଙ୍କୁ ସନେ୍ଦହ ହେବାରୁ ସେମାନେ ଯାଇ ଦିବାକରକୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ସେ ଉଠିନଥିଲା । ପରେ ପରିବାର ଲୋକ ଦିବାକରକୁ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।