ଯୋଗୀ ସୁବାସ ମୁନିଙ୍କ ୯୦ତମ ଜୟନ୍ତୀ
ବେତନଟୀ : ଯୋଗୀ ସୁବାସ ମୁନି ସ୍ମୃତି କିମିଟି ଆନୁକୂଲ୍ୟରେ ମୁନି ସମାଜ ଓଡ଼ିଶା ପ୍ରାନ୍ତର ପ୍ରତିଷ୍ଠାତା ତଥା ଜ୍ଞାନଦୀପ ପତ୍ରିକାର ସଂସ୍ଥାପକ ସଂପାଦକ ଯୋଗାଚାର୍ଯ୍ୟ ସୁବାସ ମୁନିଙ୍କ ୯୦ତମ ଜୟନ୍ତୀ ଉତ୍ସବ ବେତନଟୀ ଉପକଣ୍ଠ ପଣ୍ଡୁଗୁଡିଆ ଶିବମୁନି ଯୋଗାଶ୍ରମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ମୃତି କମିଟିର ସଭାପତି ମୁନିମତୀ ତୂଳାମଣି ଭୂୟାଁ ସତ୍ୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ଏହି ଉତ୍ସବରେ ଉଦଊଘାଟକ ଭାବେ ଓଡ଼ିଶା ପ୍ରାନ୍ତ ମନିସମାଜର ସଂଗଠନ ଓ ପ୍ରଚାର ମନ୍ତ୍ରୀ ଯୋଗାଚାର୍ଯ୍ୟ ଅନନ୍ତ ମୁନି ଯୋଗ ଦେଇ ସୁବାସ ମୁନିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଓଡ଼ିଶା ପ୍ରାନ୍ତ ମୁନି ସମାଜର ଅଧ୍ୟକ୍ଷ ଯୋଗାଚାର୍ଯ୍ୟ ଦଶରଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଯୋଗାଚାର୍ଯ୍ୟ ସୁଧାଂଶୁ ଶେଖର ମୁନି, ସମ୍ମାନିତ ବକ୍ତା ଭାବେ ସହଦେବ ଖୁଣ୍ଟା, ଦୀପାଞ୍ଜଳି ଦାସ, ସମ୍ମାନିତ ଅତିଥିଭାବେ ଓଡ଼ିଶା ମୁନି ସମାଜର ସହ ସଂପାଦକ ଯୋଗୀ ଚିତ୍ତରଞ୍ଜନ ଭୂୟାଁ, ଯୋଗାଚାର୍ଯ୍ୟ ଦାମୋଦର ମୁନି, ଭଦ୍ରକ ଜିଲ୍ଲା ମୁନି ସମାଜର ସଂପାଦକ ଯୋଗୀ ବସନ୍ତ ମୁନି ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିମତୀ କମଳ କାମିନୀ ଦେ, ନୟନା ଦେବୀ, ସତ୍ୟଭାମା ସାହୁ, ମୁନିରାଜ ବରେନ୍ଦ୍ର, ଯୋଗୀ ଆଜିତ ମୁନି, ଯୋଗୀ ବଙ୍କ ବିହାରୀ ରାଉତ, ଯୋଗୀ ମକରଧର, ଦେବେନ୍ଦ୍ର ଅଗସ୍ତି, ବାବୁଲା ମୁନି, ଯୋଗୀ ହରେକୃଷ୍ଣ ମୁନି, ପିତାମ୍ବର ମୁନି, ଯୋଗୀ ପରମାନନ୍ଦ ମୁନି, ଯୋଗୀ ତ୍ରିଲୋଚନ ମୁନି, ଯୋଗୀ ଅଜିତ ମୁନି, ମୁନି ନୀଳାମ୍ବର ପ୍ରମୁଖ ଯୋଗ ଦେଇଥିଲେ । ସ୍ମୃତି କମିଟି ସଂପାଦକ ଯୋଗୀ ସଞ୍ଜୟ ମୁନି ସଭାର ଆଭିମୁଖ୍ୟ ରଖିଥିବାବେଳେ କାର୍ଯ୍ୟକାରୀ ସଭାପତି ଯୋଗୀ ଭାଗବତ ମୁନି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ବାଲକା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ତଥା ନଗଦ ଦୁଇ ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବେତନଟୀ ଆଞ୍ଚଳିକ ମୁନିସମାଜର ସଭାପତି ଆଡଭୋକେଟ ଯୋଗୀ କୃଷ୍ଣଚନ୍ଦ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।