‘ରଙ୍ଗଶୁର’କୁ ଅନ୍ତର୍ଜାତୀୟସ୍ତରରେ ବିତରଣ କରିବ ସୋନୀ ପିକ୍ଚର୍ସ  

 ଭୁବନେଶ୍ୱର: ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ରଙ୍ଗଶୁରକୁ ଅନ୍ତର୍ଜାତୀୟସ୍ତରରେ ବିତରଣ କରିବା ପାଇ ଚୁକ୍ତି କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିଦେ୍ର୍ଦଶକ ପ୍ରତାପ ରାଉତ, ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ସ୍ୱର୍ଯ୍ୟମୟୀ ମହାପାତ୍ର, ନୈନା ରାୱତ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ପାନ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବେଳେ, ରଙ୍ଗଶୁରକୁ ଅନ୍ତର୍ଜାତୀୟସ୍ତରରେ ବିତରଣ ଦାୟିତ୍ୱ ସୋନୀ ପିକ୍ଚର୍ସ ନେବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗୌରବର ବିଷୟ । ଏହି ଅବସରରେ ଓଡ଼ିଶାରେ ମୋଟ ୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ, ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁଣେ, ସୁରଟ, ରାୟଗଡ଼ ଏବଂ ଚେନ୍ନାଇରେ ମଧ୍ୟ ମୁକ୍ତିଲାଭ କରିବ । ପ୍ରକାଶ ଫିଲ୍ମ ଏବଂ ମୁନ୍ ଟିଭି ମୁଭିଜ୍ର ମିଳିତ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଫିଲ୍ମ ରଙ୍ଗଶୁରର ପ୍ରଚାର ଓ ପ୍ରସାର ବିଭିନ୍ନ ସ୍ଥାନରେ ନିଆରା ପାରମ୍ପରିକ ବାଘ ନାଚ ମାଧ୍ୟମରେ କରାଯାଇଛି । ଏକାମ୍ର ଉସôବ, ମାଉସୀ ମା' ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିଦେ୍ର୍ଦଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ । ଫିଲ୍ମ ରିଲିଜ୍ ପରେ ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ । ଏହି ବାଘ ନୃତ୍ୟ କେବଳ ବୀରତ୍ୱର ନାଚ ତାହା ନୁହେଁ ବରଂ ନାରୀ ସଶକ୍ତିକରଣ ଠୁ ନେଇ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତା ବହନ କରୁଛି । ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଛନ୍ତି । ସୁନୀଲ ଯାଦବ ଏବଂ ପ୍ରତାପ ରାଉତ ସହ-ପ୍ରଯୋଜନା କରିଛନ୍ତି । ଅଭିନତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ଜ୍ୟୋତି ନାୟକ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଶୁଭଶ୍ରୀ ଜେନା ପ୍ରମୁଖ କଳାକାର ରଙ୍ଗଶୁରରେ ଅଭିନୟ କରିଛନ୍ତି । କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ, ସଂଳାପ ରଚନା କରିଛନ୍ତି ।