ରଥଯାତ୍ରା ଦଳାଚକଟାରେ ୩ଜଣଙ୍କ ମୃତୁ୍ୟ ଘଟଣା : ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର
ଭୁବନେଶ୍ୱର : ଗତ ୨୯ ତାରିଖରେ ପୁରୀର ଗୁଣ୍ଡିଚାମନ୍ଦିର ନିକଟରେ ଦଳାଚକଟା ଘଟଣାରେ ତିନିଜଣଙ୍କ ମୃତୁ୍ୟର ତଦନ୍ତ ଭାର ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି । ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ପକ୍ଷରୁ ଗତ ଜୁଲାଇ ୩ରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତ୍ତୀ ତାରିଖମାନଙ୍କରେ ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ (ଭିଡିଓ ଫୁଟେଜ୍ ସହିତ) ଥିଲେ, ତାହାକୁ ଆସନ୍ତା ୨୦ ସୁଦ୍ଧା କ୍ଟ୍ରଙ୍କକ୍ସସଗ୍ଧକ୍ସବଶରୟଚ୍ଚ. ରଦ୍ଭକ୍ତଙ୍କସକ୍ସଚ୍ଚଅକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି । ଉପରୋକ୍ତ ବ୍ୟବସ୍ଥା ବ୍ୟତୀତ, ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୦୯ ତାରିଖ ଅପରାହ୍ଣ ୩ଟା ପରଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ଟା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ ହାଉସ୍), ପୁରୀ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସଂପର୍କରେ ତଥ୍ୟ ରଖିପାରିବେ । ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ) ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।