ରାଉରକେଲାରେ ଲଜ୍ଜା ! ଯୁବତୀଙ୍କୁ ଗଣଦୁଷ୍କର୍ମ : ଦୁଇ ଅଟକ
ରାଉରକେଲା : ରାଉରକେଲା ରଘୁନାଥପାଲ୍ଲୀ ଅଞ୍ଚଳରେ ଲଜ୍ଜା ଜନକ ଘଟଣା । ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଟ୍ରେନ ଲାଇନ୍ କଡ଼ରେ ଜଣ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, କିଛି ସ୍ଥାନୀୟ ଲୋକେ ରଘୁନାଥପଲ୍ଲୀ ଥାନା ପଛପଟେ ଥିବା ରେଳ ଧାରଣାରେ ଜଣେ ଯୁବତୀ ଦୌଡୁଥିବାର ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ପୀଢିତାଙ୍କୁ ନ୍ୟାୟ ପ୍ରଦାନ ନେଇ ସାଧାରଣରେ ଦାବି ହୋଇଛି ।