ରାଜକନିକା କ୍ରିକେଟ: ଖରାଖାଇ ଆଳି ଚାମ୍ପିଅନ
ରାଜକନିକା : ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ରାଜକନିକା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳ ମା’ ଖରାଖାଇ କ୍ଳବ ଆଳି ବନାମ ବହୁରୂପା କ୍ଲବ ପାରିନୁଆପଡା ମଧ୍ୟରେ ହୋଇଥିଲା । ଏଥିରେ ଖରାଖାଇ କ୍ଲବ ଆଳି ବହୁରୂପା କ୍ଲବ ପାରିନୁଆପଡାକୁ ୩୬ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ଖରାଖାଇ କ୍ଲବ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ସମସ୍ତ ଉଇକେଟ ହରାଇ ୧୮୦ ରନ କରିଥିବା ବେଳେ ପାରିନୁଆପଡା ୨୦.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୪୪ ରନ କରି ପରାଜୟ ବରଣ କରିଥିଲା । ଅନୁଷ୍ଠାନର ଉପସଭାପତି କପିଳେନ୍ଦ୍ର ମଲ୍ଲିକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ଅତିଥିଭାବେ ଭୁବନେଶ୍ୱର ଉକôଳୀୟ ରିଅଲ କମ ପ୍ରାଇଭେଟ ଲିମିଟେଡ଼ର ଡାଇରେକ୍ଟଟର ସ୍ମୃତି ରଞ୍ଜନ ନାୟକ ଓ ସମ୍ମାନିତ ଅତିଥି ଭାବେ ଗୁଗୁଲି କଲେକ୍ସନର ପ୍ରୋପାଇଟର ଚିତ୍ତରଞ୍ଜନ ମିଶ୍ର ଓ କ୍ରୀଡା ସଂଗଠକ ତଥା ସମାଜସେବୀ ପବିତ୍ର ରାଉତ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ୧୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଉପ ବିଜେତା ଦଳର ଶାନ୍ତନୁ ଦାସଙ୍କୁ ମ୍ୟାନ ଅଫ ଦ ସିରିଜ ଓ ବିଜେତା ଦଳର ବିଶ୍ୱଜିତ ଜେନାଙ୍କୁ କଣ୍ଟପଡା ରୂପରଙ୍ଗ ଷ୍ଟୁଡ଼ିଓ ପ୍ରଦତ୍ତ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କ୍ରିକେଟ ସମ୍ପାଦକ ବିକ୍ରମ କେଶରୀ ପରିଡା ଟୁର୍ଣ୍ଣାମେଣ୍ଟର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଯୁଗ୍ମ ସମ୍ପାଦକ ଇଂ ପ୍ରଶାନ୍ତ କୁମାର ବିଶ୍ୱାଳ, କୋଷାଧକ୍ଷ ଦେବେନ୍ଦ୍ର ନାୟକ, ମିଡ଼ିଆ ସମ୍ପାଦକ ଅଜୟ ରାଉତ, କନିକା ପୂଜ୍ୟ ପୂଜା ପରିଷଦର ସମ୍ପାଦକ କପିଳ ମିଶ୍ର, କେତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କ୍ଲବର ଅନ୍ୟତମ ଯୁଗ୍ମ ସମ୍ପାଦକ ଡ଼. ଫକୀର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଖେଳକୁ ବିପ୍ଳବ କୁମାର ବେହେରା, ଅମିତ ବିଶ୍ୱାଳ, ବିଶ୍ୱ ରଞ୍ଜନ ପଢ଼ିଆରୀ, ଦୀପଙ୍କର ବେହେରା, ରଜତ ସ୍ୱାଇଁ ଓ ବିପ୍ଳବ ସ୍ୱାଇଁ, ଆଲୋକ ବେହେରା, କଳିଙ୍ଗ କେଶରୀ ଜେନା ପରିଚାଳନା କରିଥିବାବେଳେ ଗୋଲକ ବିହାରୀ ମଲ୍ଲିକ, ବାସୁଦେବ ବେହେରା, ଡ. ମୀର୍ଜା ଇବ୍ରାହିମ ବେଗ, ପର୍ଶୁରାମ ସାହୁ, ବିଜୟ ଭୂୟାଁ, ଅକ୍ଷୟ ନାଥ, ପ୍ରଶାନ୍ତ ସାହୁ, ଶରତ ମଲ୍ଲିକ, ପ୍ରହ୍ଲାଦ ଜେନା, ଅମର ଜେନା ଓ ଶରତ ଜେନା ଆଦି ସହଯୋଗ କରିଥିଲେ ।