ରାଜଧାନୀରେ ବାଲ୍ୟ ବିବାହ ରୋକିଲା ରୁଚିକା ଚାଇଲ୍ଡ ଲାଇନ୍

ରାଜଧାନୀରେ ବାଲ୍ୟ ବିବାହ ରୋକିଲା ରୁଚିକା ଚାଇଲ୍ଡ ଲାଇନ୍

  • ଭୁବନେଶ୍ୱର, ୧୩ା୯ : ରାଜଧାନୀ ମଞ୍ଚେଶ୍ୱର ଥାନା ଅଧିନ ପାଣ୍ଡରା ଜଗନ୍ନ୍ାଥ ମନ୍ଦିରରେ ହେବାକୁ ଯାଉଥିବା ଏକ ବାଲ୍ୟ ବିବାହକୁ ଖବର ପାଇ ପୁଲିସ ସହାୟତାରେ ବନ୍ଦ କରିଛି ରୁଚିକା ଚାଇଲ୍ଡ ଲାଇନ୍ ଟିମ । ପରେ ନାବାଳିକାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇଛି ।
    ସୂଚନା ଯୋଗ୍ୟଯେ, ଶୁକ୍ରବାର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ଦ୍ୱାରା ଏକ ବାଲ୍ୟ ବିବାହ ରୋକା ଯାଇ ପାରିଛି । ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ବିଏମସି ୩ର ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ ରୁଚିକା ସାମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛାସେବୀ ଶିବାନୀ ନାୟକ, ହରପ୍ରିୟା ପତି ଓ ବିଏମସି-୩ର ଅଙ୍ଗନୱାଡି ସୁପରଭାଇଜର ଅନନ୍ୟା ଜେନା ଅଙ୍ଗନବାଡି କର୍ମୀ ଚନ୍ଦନା ଚଇନି, ଚାଇଲ୍ଡ ଲାଇନ କର୍ମୀ ପିଣ୍ଟୁ ମଲ୍ଲିକ ଓ ନିତୁ ସିଂ  ଘଟଣା ସ୍ଥଳରେ ପହଞ୍ଚି ମଞ୍ଚେଶ୍ୱର ପୁଲିସ ସହାୟତାରେ ଏହି ବାଲ୍ୟ ବିବାହ ବନ୍ଦ କରିବା ସଙ୍ଗେ ସଙ୍ଗେ ଜଣେ ୧୫ ବର୍ଷର ନାବାଳିକା କନ୍ୟାକୁ ଉଦ୍ଧାର କରିଥିଲେ । ପରେ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇ ମଞ୍ଚେଶ୍ୱର ଥାନାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଅଛି । ଶିଶୁ କନ୍ୟାନିଟକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇ କାଉନସେଲିଂ କରାଯାଇଅଛି । ଏହି ବିବାହକୁ କନ୍ୟାର ପିତାମାତା ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନିଲ କୁମାର ପାତ୍ର (୩୦) ନାମକ ଜଣେ ଯୁବକ ସହିତ ପାଣ୍ଡରା ଜଗନ୍ନାଥ ମନ୍ଦିରରେ କରାଯିବାର ବ୍ୟବସ୍ଥା କରିଥିଲେ ।