ରାଜରାସ୍ତାରେ ହାଟ ପସରା ଗାଡ଼ି ଗଡ଼ିବା ମୁସ୍କିଲ;ପୁଲିସ ପ୍ରଶାସନ ଚୁପ୍
ାା ପ୍ରଭାନୁ୍ୟଜ ।ା ଦାନଗଦୀ : ରାଜରାସ୍ତାରେ ଘଟୁଥିବା ଛୋଟବଡ଼ ଦୁର୍ଘଟଣାକୁ ଏଡ଼ାଇବାକୁ ରାସ୍ତାକଡ଼େ ବସୁଥିବା ଦୋକାନୀଙ୍କୁ ତାଗିଦା କରାଯାଉଛି । ଦୋକାନ ଆଗରେ ଗାଡ଼ି ପାର୍କିଂ କଲେ ଜରୀମାନା ସହ ଉଚ୍ଛେଦ ଚେତାବନୀ ଦିଆଯାଉଛି । କିନ୍ତୁ ଚଳଚଞ୍ଚଳ ଏବଂ ଭାରୀଯାନ ଚଳାଚଳ କରୁଥିବା କଳିଙ୍ଗନଗର ରାସ୍ତାର ସାରଙ୍ଗପୁର ନିକଟରେ ରବିବାର ଗାଡ଼ି ଗଡ଼ିବା ମୁସ୍କିଲ ହୋଇପଡ଼ୁଛି । ଏଠାରେ ସପ୍ତାହକୁ ଥରେ ବସୁଥିବା ହାଟର ଅଧାଅଂଶ ଡ଼ୁବୁରୀ-ଦାନଗଦୀ ରାସ୍ତା କଡ଼େ ବସୁଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଅଣାୟତ ହୋଇପଡ଼ିଥାଏ । କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ନୀଳାଚଳ ଇସ୍ପାତ କାରଖାନା ସମ୍ମୁଖରେ ଥିବା ରାସ୍ତା କଡ଼ରେ ପ୍ରତି ସପ୍ତାହର ରବିବାର ବସୁଥିବା ହାଟକୁ ସାରଙ୍ଗପୁର ହାଟ ବୋଲି କୁହାଯାଏ । ରବିବାର ଛୁଟି ଦିନ ଥିବାରୁ ପ୍ରାୟତଃ ଅଧିକାଂଶ ଲୋକ ଏହି ହାଟରେ ଭିଡ଼ କରିଥାନ୍ତି । ଅପରାହ୍ନ ସମୟରେ ଏତେ ମାତ୍ରାରେ ଭିଡ଼ ହୁଏ ଯେ ସେହି ରାସ୍ତା ଦେଇ ଯିବା ଆସିବା କଷ୍ଟକର ହୋଇଥାଏ । ଦୁର୍ଭାଗ୍ୟର କଥା ଦୋକାନୀ ମାନେ ରାଜରାସ୍ତା ଉପରକୁ ମାଡି ବସି ବେପାର କରୁଥିବା ବେଳେ ହାଟକୁ ଆସୁଥିବା ମଟର ସାଇକେଲ ଓ ସାଇକେଲ ଏହି ରାସ୍ତା ଉପରେ ହିଁ ପାର୍କିଂ କରୁଛନ୍ତି । ଯାହା ଫଳରେ ସନ୍ଧ୍ୟା ସମୟରେ ଏହି ରାସ୍ତା ସଂକୁଚିତ ହୋଇ ଯାଉଥିବା ବେଳେ ଯାତାୟାତ ପାଇଁ ବହୁତ ସମସ୍ୟା ହେଉଛି । ହାଟରେ ବହୁଳ ପରିମାଣରେ ହାଣ୍ଡିଆ, ମଦ, ଗଞ୍ଜେଇ ବିକ୍ରି ହେଉଥିବାରୁ ମଦ ପିଇ ରାସ୍ତା ଉପରେ ମଦୁଆ ମାନଙ୍କର ଉତ୍ପାତ ଦିନକୁ ଦିନ ବଢ଼ିଯାଉଛି । ଏହି ହାଟଟି ସାରଙ୍ଗପୁର ନାଁ ସିନା ହୋଇଛି କିନ୍ତୁ ବାରଗଡିଆ ପଞ୍ଚାୟତ ଏହାକୁ ବୁଝୁଛି । ସର୍ବ ସାଧାରଣ ଯାତାୟାତ ପାଇଁ ହୋଇଥିବା ରାଜପଥକୁ ଏପରି ବେଆଇନ ଭାବେ ଘଣ୍ଟା ଘଣ୍ଟା ଜାମ କରିବା, ରାସ୍ତାକଡ଼କୁ ଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଥିଲେ ହେଁ ପୁଲିସ ପ୍ରଶାସନ ଚୁପ ବସିବାରେ ଲାଗିଛି । କଳିଙ୍ଗନଗର ପୁଲିସ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି ।