ରାଜସ୍ୱ ବିଭାଗର ସମୀକ୍ଷା ବୈଠକ

 ଦେବଗଡ଼: ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂ-ରାଜସ୍ୱ, ରୟାଲିଟି, ଜଳକର ତଥା ବିଭିନ୍ନ ରାଜସ୍ୱ ଦେୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାର ସଠିକ ଭାବେ ତଦାରଖ କରିବା ପାଇଁ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଡେପୁଟୀ କଲେକ୍ଟରଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଏସ୍ପି ଅନିଲ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପଳ ପରୀକ୍ଷିତ ସାହୁ, ଡେପୁଟୀକଲେକ୍ଟର ଲକ୍ଷ୍ମଣ ଅମାତ, ସହକାରୀ ଜିଲ୍ଲାପାଳ ତାପସ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ନାଏକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।