ଜନକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା କଲେ ସାଂସଦ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ସୀମାନ୍ତରେ ଥିବା ତେଲକୋଇ ବ୍ଲକ୍ କାଳିଆହତା ଗ୍ରାମ ପଞ୍ଚାୟତର କେରାଙ୍ଗ ଗାଁରେ ପହଞ୍ଚି ସାଧାରଣ ଲୋକ ମାନଙ୍କ ସହ ସିଧାସଳଖ ଆଲୋଚନା କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଧୀନ କେନ୍ଦ୍ର ସରକାର ଓ ଓଡିଶା ରାଜ୍ୟର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ସାଧାରଣ ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନେ କିପରି ଏହାର ଲାଭ ପାଇ ପାରିବେ ସେ ନେଇ ବିସ୍ତୃତ ଭାବେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ବିଜେପିର ଡବଲ ଇଂଜିନ ସରକାର ଗରୀବ କଲ୍ୟାଣ ପାଇଁ ସମର୍ପିତ । ତେଣୁ ଏହି ଜନ କଲ୍ୟାଣକାରୀ ସରକାରଙ୍କର ଯୋଜନାଗୁଡିକରୁ ଯେଭଳି କେହି ବଞ୍ଚିତ ହେବେ ନାହିଁ ସେ ନେଇ ବିଜେପି ଦଳର କାର୍ଯ୍ୟକର୍ତ୍ତା ଏବଂ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ତେଲକୋଇ ବିଧାୟକ ପ୍ରତିନିଧି, ତେଲକୋଇ ବିଡିଓ,ଏଡିଆଇ ଅଧିକାରୀ ଓ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।