ରାଜ୍ୟପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଛତିଶଗଡ଼ ଜନତାଙ୍କ ଭଲପାଇବା ଅତୁଳନୀୟ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, :ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଛତିଶଗଡ଼ ସରକାରଙ୍କ ତରଫରୁ ରାୟପୁର ବିମାନବନ୍ଦର ଠାରେ ତାଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ଛତିଶଗଡ଼ ଜନତାଙ୍କୁ ଭୁରି ଭୁରି ପ୍ରସଂଶା କରି କହିଥିଲେ ଯେ, ଛତିଶଗଡ଼ବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଅପୂର୍ବ ଆନନ୍ଦ ଓ ଉତ୍ସାହ ଦେଇଛି । ସେମାନଙ୍କ ଭଲପାଇବା ମୋ ପାଖରେ ଚିରଦିନ ମନେ ରହିବ । ଏହି ଅବସରରେ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ମନ୍ତ୍ରୀ, ବିଧାୟକ, ରାଜ୍ୟ ସରକାରୀ ଅଧିକାରୀ ସମେତ ରାଜଭବନ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଥିଲେ, ସେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିବା ସମୟରେ ସେ ଲୋକଙ୍କ ପରିଶ୍ରମ, ସମର୍ପଣ ଓ ସାହାସକୁ ଅତି ନିକଟରୁ ଦେଖି ସେମାନଙ୍କୁ ପ୍ରଂଶସା କରିଛନ୍ତି । ଏଠାକାର ପ୍ରାକୃତିକ ପରିବେଶ ଯେତିକି ସବୁଜ ତା'ଠାରୁ ସୁନ୍ଦରତା ଭରିରହିଛି ଏଠାକାର ଲୋକମାନଙ୍କ ମଧ୍ୟରେ । ଛତିଶଗଡ଼ ଲୋକମାନେ ଶାନ୍ତ, ସରଳ ଓ ନିରୀହ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ କାର୍ଯ୍ୟକାଳ ସମୟରେ ଅନେକଗୁଡ଼ିଏ ମହତ୍ୱପୂର୍ଣ୍ଣ ଯୋଜନା ଲାଗୁ କରାଯାଇଛି । 
ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳିତଙ୍କୁ ସୁବିଧା ଯୋଗାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କାର୍ଯ୍ୟ ଛତିଶଗଡ଼ବାସୀଙ୍କୁ ଲାଭପ୍ରଦ କରିଛି ବୋଲି କହିଥିଲେ ।  ଦେଶର ପ୍ରତ୍ୟେକ ନାଗରିକ ଦେଶ ଓ ମାତୃଭୁମି ପ୍ରତି ଶ୍ରଦ୍ଧା ଓ ମାତୃଭୂମି ପାଇଁ କାର୍ଯ୍ୟ କରିବା ଭାବିବା ଉଚିତ୍ । ଭାରତ ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ପଞ୍ଚମ ମହାଶକ୍ତି ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦି ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଦେଶକୁ ବିଶ୍ୱର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରଖିବା ପାଇଁ ସଂକଳ୍ପ ନେଇଛନ୍ତି ।  । ଯେଉଁଭଳି ଭାବରେ ବିଶ୍ୱରେ ଯୁଦ୍ଧର ବିଭିଷିକା ଭିତରେ ଗତି ଗରୁଥିଲା  ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଓ ବିଶ୍ୱକୁ ଶାନ୍ତିବାର୍ତ୍ତା ଭାରତର କିର୍ତ୍ତୀ ଓ ଗୌରକୁ ଉଜ୍ୱଳ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଅନନ୍ୟ ବୋଲି ରାଜ୍ୟପାଳ କହିଥିଲେ । 
ତେବେ ଏହି ବିଦାୟୀ ସମ୍ବର୍ଦ୍ଦନା ଉତ୍ସବ ଭାବାବେଗରେ ପରିପୂର୍ଣ୍ଣ ଥିଲା । ରାଜ୍ୟପାଳଙ୍କ ସମସ୍ତଙ୍କୁ ଜୟ ଜଗନ୍ନାଥ ସମ୍ବୋଧନ କରି ଉକ୍ତପରିବେଶକୁ ଜଗନ୍ନାଥମୟ କରି ଦେଇଥିଲେ ।  ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ବିରୋଧୀଦଳ ନେତା ଭୂପେଶ ବଘେଲ, ଉପମୁଖ୍ୟମନ୍ତ୍ରୀ ସାଓ ସମେତ ସମସ୍ତ ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଅବସରରେ ଉପସ୍ଥିତ ଥିଲେ ।