ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିରେ ଯଦୁପୁର ଏକାଡେମୀ
କାକଟପୁର: ୩୫ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମା ମଙ୍ଗଳା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୨୫ ତାରିଖ ଦିନ ବର୍ଷା ଯୋଗୁଁ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ ବାତିଲ ହୋଇଥିଲା । ଉଦ୍ଘାଟନୀ ଉସôବରେ କାକଟପୁର ଥାନାଧିକାରୀ ଉମେଶ ଚନ୍ଦ୍ର ସାହୁ, ଶାରଳା ରେସିଡେନ୍ସିଆଲ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମାଷ୍ଟର୍ସ କ୍ଲବ କଟକ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାର ନିଷ୍ପତି ନେଇ ଯଦୁପୁର ଏକାଡେମୀକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଯଦୁପୁର ଏକାଡେମୀ ୨୦ ଓଭରରେ ୧୩୩ ରନ୍ କରିବାରେ ସକ୍ଷମ ହୋଇଥିଲା । ୧୩୪ ରନର ବିଜୟ ଲକ୍ଷ ନେଇ ମାଷ୍ଟର୍ସ କ୍ଲବ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇ ମାତ୍ର ୧୦୫ କରି ପରାଜିତ ହୋଇଥିଲା । ବାଙ୍ଗୁରୀଗାଁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡ. ଶାନ୍ତିଭୂଷଣ ଜେନା ଅମିତ ବଡ଼ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ବନାମ ସ୍ପାର୍ଟନ କ୍ରିକେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ । ଆୟୋଜକ କ୍ଲବ୍ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଥିଲେ । ମ୍ୟାଚ୍କୁ ଓଡିÿଶା କ୍ରିକେଟ ଆସୋସିଏସନ ୨ ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଅୟେସକାନ୍ତ ମିଶ୍ର ପରିଚାଳନା କରିଥିଲେ ।