ରାଜ୍ୟ କରାଟେ ପ୍ରତିଯୋଗିତା : ଖୋର୍ଦ୍ଧା ଜିଲ୍ଲାକୁ ୫ ସ୍ୱର୍ଣ୍ଣ ସହ ୨୪ ପଦକ

 ବାଣପୁର: ଚଳିତ ମାସ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ୩୭ତମ ଉପକନିଷ୍ଠ ଓ ୩୬ ତମ କ୍ୟାଡେଟ, ଜୁନିଅର କରାଟେ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟରୁ ପ୍ରାୟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ୩୬ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ । ପ୍ରତିଯୋଗୀମାନେ ପ୍ରଶିକ୍ଷକ ଦୀପକ ସାମନ୍ତରା ଓ ସିହ୍ନା ଅରବିନ୍ଦ ବାରିକଙ୍କ ଅଧୀନରେ ଶିକ୍ଷା ଗ୍ରହଣ କରନ୍ତି । ପ୍ରତିଯୋଗିତା ପାଇଁ ଦଳକୁ ଜିଲ୍ଲା ଟିମ୍ ମ୍ୟାନେଜର ପ୍ରତାପ କେଶରୀ ଜେନା ଓ କୋଚ୍ ସଂଗ୍ରାମ ନାୟକ, ଦୀପଶିଖା ସାମନ୍ତରା, ସଲୋନୀ ପାତ୍ର ପ୍ରତିଯୋଗୀଙ୍କୁ ନେଇ ଅଂଶ ଗ୍ରହଣ କରାଇଥିଲେ । ସ୍ୱର୍ଣ୍ଣ ପଦକ ବିଜେତା ହେଲେ ରୋହନ ସ୍ୱାଇଁ, ଦିବ୍ୟାଙ୍ଗନା ସାମନ୍ତରା, ଏମସାଇ ହେମକେସ, ଦିବ୍ୟାଂଶି ବାନଶି ଓ ଆଦିତ୍ୟରାଜ ପ୍ରଧାନ । ରୌପ୍ୟ ପଦକ ବିଜେତା ହେଲେ ସ୍ୱେତାଲିନ୍ ସାହୁ, ଏମ୍ସାଇ ହେମ୍ କେସ, ରୁଦ୍ର ପ୍ରସାଦ ଶତପଥୀ, ରିତେଶ କୁମାର, କୃତି ଦୀପନ, ରାଜୁ ଲାଲ, ଅଦିତି ମହାନ୍ତି, ପ୍ରତୁ୍ୟଷା ହାତୀ, ବିଶ୍ୱଜିତ୍ ନାୟକ, ରୁଦ୍ର ପ୍ରସାଦ ଶତପଥୀ, ସ୍ମୃତି ସ୍ୱାଗତିକା, ଶ୍ରେହାନଦିପ ବିଶ୍ୱାଳ, ସୌମ୍ୟା ମହାନ୍ତି, ଅମିତ୍ ଗାଈନ, ଶୁଭମ୍ ପ୍ରଧାନ, ସାଇ ଦିଗବିଜୟ, ଦିବ୍ୟାନସି ବାନ୍ସି ଓ ଦିବ୍ୟାଙ୍ଗନା ସାମନ୍ତରା କାଂସ୍ୟ ପଦକ ପାଇଛନ୍ତି । ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇଥିବା ପ୍ରତିଯୋଗୀମାନେ ଉତ୍ତରାଖଣ୍ଡର ଡେରାଡୁନ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି  । ଜିଲ୍ଲା କରାଟେ ସଂଘ ସମ୍ପାଦକ ଦୀପକ କୁମାର ସାମନ୍ତରା ସମସ୍ତ ପଦକ ବିଜେତାଙ୍କୁ ଶୁଭେଛା ଜଣାଇବା ସହ ଜାତୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି