ଡିଏଭି ସ୍କୁଲ, ଇଫ୍କୋର ଉଲ୍ଲେଖନୀୟ ସଫଳତା

ପାରାଦୀପ : ଚଳିତ ୨୦୨୪-୨୫  ବର୍ଷର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ  ସ୍ଥାନୀୟ ଡି.ଏ.ଭି ବିଦ୍ୟାଳୟ, ଇଫ୍କୋର ଛାତ୍ରଛାତ୍ରୀ ସଫଳତାର ସହିତ ଏକ ନୂତନ ସୋପାନ ଅତିକ୍ରମ କରି ବିଦ୍ୟାଳୟକୁ ଗୌରବାନ୍ନିତ କରିଛନ୍ତି । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପରୀକ୍ଷା ଦେଇଥିବା ୫୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ୪୧ ଜଣ ଛାତ୍ରଛାତ୍ରୀ  ପ୍ରଥମ ଶ୍ରେଣୀରେ  ଉତୀର୍ଣ୍ଣ ହୋଇଥିବା ବେଳେ, ଓମ ସ୍ୱରୂପ ଖଣ୍ଡୱାଲ ସର୍ବାଧିକ ୯୬ ପ୍ରତିଶତ, ସୁଶ୍ରୀ ରୋଶନୀ ମହାପାତ୍ର ୯୪.୬୦ ପ୍ରତିଶତ  ଉଦୟ ପାଣ୍ଡେ ୯୨.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି  ମାଧ୍ୟମିକ ପରୀକ୍ଷାରେ ମଧ୍ୟ ବିଦ୍ୟାଳୟର   ଶତ ପ୍ରତିଶତ ଛାତ୍ରଛାତ୍ରୀ  ଉତୀର୍ଣ୍ଣ ହୋଇଛନ୍ତି  ।  ମୋଟ ୫୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ୫୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ  ଶ୍ରୀମାନ୍   ଅର୍କଜ୍ୟୋତି ପ୍ରଧାନ ୯୭.୮୦ ପ୍ରତିଶତ ନମ୍ବର ରଖି  ପ୍ରଥମ ସ୍ଥାନ, ସୁଶ୍ରୀ ସାଇସୁଶ୍ରୀ ଭୂୟାଁ ୯୫.୨୦ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ସୁଶ୍ରୀ ଯଶସ୍ୱିନୀ ପଲାଇ ୯୪.୬୦ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ଇଂରାଜୀ-୯୭, ହିନ୍ଦୀ-୯୭, ଓଡିଆ-୯୯, ସଂସ୍କୃତ-୧୦୦, ଗଣିତ ୧୦୦, ବିଜ୍ଞାନ-୧୦୦ ଓ ସାମାଜିକ ବିଜ୍ଞାନ-୯୯ ସର୍ବୋଚ୍ଚ ଅଙ୍କ ରଖିଛନ୍ତି  । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ  ଇଫ୍କୋର ପାରାଦୀପ ୟୁନିଟ ମୂଖ୍ୟ  ତଥା ବିଦ୍ୟାଳୟର  ପରିଚାଳକ ପି.କେ. ମହାପାତ୍ର, ଓଡିଶା  ଡିଏଭି ସମୂହର  ନିଦେ୍ର୍ଦଶକ ଡଃ. କେଶବ ଚନ୍ଦ୍ର ଶତପଥୀ ଓ ଆଞ୍ଚଳିକ  ଅଧିକାରିଣୀ  ଡ. ସୁଜାତା ସାହୁ ପ୍ରମୁଖ ସାମଗ୍ରୀକ ଭାବେ ଇଫ୍କୋ ଡିଏଭି  ବିଦ୍ୟାଳୟର  ଅଧ୍ୟକ୍ଷ   ସମ୍ବିତ  ସୁକୁମାର ଚିନାରାଙ୍କ ସମେତ ଶିକ୍ଷକ,ଶିକ୍ଷୟତ୍ରୀ,  ଅଭିଭାବକ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ  ଶୁଭେଚ୍ଛା ଜଣାଇବା ସହିତ  ସେମାନଙ୍କ   ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି  ।