ଅନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦିବସ
ବ୍ୟାସନଗର : ସୋମବାର ବ୍ୟାସନଗର ସଂସ୍କୃତି ଭବନ ଠାରେ ଅନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଯୋଗଦେଇଥିଲେ । ସଭାରେ ଯାଜପୁର ରୋଡର ତୃତୀୟ ଲିଙ୍ଗ ସଂଘ ତଥା ବ୍ୟାସନଗର ଶାନ୍ତିସେନା ସଭାପତି କାଜଲ ନାୟକ ଓ ସମ୍ପାଦିକା ଲଭଲି ଯୋଗ ଦେଇଥିଲେ । ସଭାରେ ଏସ୍ଏସ୍ଇପିଡି ଡିପାର୍ଟମେଂଟର ପୂର୍ବତନ ଅଧ୍ୟକ୍ଷ ପ୍ରତାପ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପୌର ପରିଷଦର କମୁ୍ୟନିଟି ଅର୍ଗାନାଇଜର ଶୁଭଶ୍ରୀ ରନôପ୍ରଭା ସାମଲ, ପ୍ରଜ୍ଞାପରମିତା ଚକ୍ରବର୍ତୀ, ରୁବିଶ୍ମିତା ରାଉତ, ସୁଜିତ କୁମାର ନନ୍ଦ ଓ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ ।