ରାଧାକାନ୍ତଜୀଉ ମହୋତ୍ସବ ଉଦ୍ୟାପିତ
ସାଲେପୁର : ପାଟପୁର ଗ୍ରାମରେ ଶ୍ରୀ ଶ୍ରୀ ରାଧାନାଥଜୀଉ ମନ୍ଦିର ପରିସରରେ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବିଷ୍ଣୁ ମହାଯଜ୍ଞ ଓ ରାଧାକାନ୍ତଜୀଉ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି ଯଥା ରୀତିନୀତିରେ ସମାପନ ହୋଇଥିଲା । ପୂର୍ଣ୍ଣାହୁତି ସମୟରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ଲାଭ କରିବା ସହ ଜୟ ଜଗନ୍ନାଥ, ଜୟ ରାଧାକାନ୍ତଜୀଉ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ସେହିପରି ସନ୍ଧ୍ୟାରେ ରାଧାକାନ୍ତଜୀଉ ମହୋତ୍ସବର ଉଦ୍ୟାପନୀ ଉତ୍ସବରେ ଭୁବନେଶ୍ୱରର ସୁନାମଧନ୍ୟ ମେଲୋଡ଼ି ସୁରତାଲ୍ କ୍ରିଏଟିଭ୍ର କଳାକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂଗୀତ ପରିବେଷଣ କରାଯିବା ସହ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, କ୍ରିଷ୍ଣା ମିଶ୍ର ସୁମଧୁର ଭଜନ ଗୁଡିକ ବେଶ ଚିତ୍ତାକର୍ଷକ ହେବା ସହ ଦର୍ଶକମାନଙ୍କୁ ପ୍ରୀତ କରିଥିଲା । ଅଭିନେତ୍ରୀ ପ୍ରୀତି ଜେନା, ଶିଶୁ କଳାକାର ତେଜ୍ ତନ୍ମୟ ଓ ଆଏଶାର ସଂଳାପ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ସାଲେପୁରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଦିଲ୍ଲୀପ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱରଂଜନ ସାହୁ, ଜୟନ୍ତ ଦାଶ, ଶରତ ପ୍ରଧାନ, ହିମାଂଶୁ ଦାଶ, ବିଜୟ ଦାଶ, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ଦାଶ, ଜଗମୋହନ ଦାଶ, ହେମନ୍ତ କୁମାର ନ, ବବ୍ରୁବାହନ ପ୍ରଧାନ, ଗୋପବନ୍ଧୁ ମହାନ୍ତି, ସଂଜିତ୍ କୁମାର ଦାଶ, ଚଗଲା ଭୋଇ, ଦୁର୍ଯେ୍ୟାଧନ ବେହେରା, ଅଲୋକ ସାମଲଙ୍କ ସମେତ ପାଟପୁର ଓ ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।